ବାରିପଦା : ଚଳିତ ସାଧାରଣ ନିର୍ବାଚନରେ ମୟୂରଭଞ୍ଜ ଲୋକସଭା କ୍ଷେତ୍ରରେ କିଛି ମଜାଦାର କଥା ସାମ୍ନାକୁ ଆସିଛି। ଚଳିତ ଥର ଲୋକସଭା ପ୍ରାର୍ଥୀଭାବେ ନିର୍ବାଚନ ମଇଦାନରେ ଥିବା ଚୂଡ଼ାନ୍ତ ୮ ପ୍ରାର୍ଥୀଙ୍କ ମଧ୍ୟରୁ ୭ ଜଣ ହେଉଛନ୍ତି ସମ୍ପୂର୍ଣ୍ଣ ନୂଆ ପ୍ରାର୍ଥୀ। ବିଜେଡ଼ି ପ୍ରାର୍ଥୀ ଦେବାଶିଷ ମାର୍ଣ୍ଡିଙ୍କୁ ଛାଡ଼ି ବାକି ସମସ୍ତ ପ୍ରାର୍ଥୀ ନୂଆମୁହଁ ବୋଲି ଜଣାପଡ଼ିଛି। ଗତ ନିର୍ବାଚନରେ ଦେବାଶିଷ ଜେଏମ୍ଏମ୍ ପକ୍ଷରୁ ନିର୍ବାଚନ ଲଢ଼ିଥିଲେ। ସେହିପରି ୨୦୧୪ ନିର୍ବାଚନରେ ଏହି ଲୋକସଭା କ୍ଷେତ୍ରରୁ ପ୍ରାର୍ଥୀ ହୋଇଥିବା ଅଧିକାଂଶ ପ୍ରାର୍ଥୀ ଚଳିତ ଥର ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁନଥିବା ଜଣାପଡ଼ିଛି। କେବଳ ସାଂସଦ ରାମଚନ୍ଦ୍ର ହାଁସଦା ସ୍ବାଧୀନ ପ୍ରାର୍ଥୀଭାବେ ସାରସକଣା ନିର୍ବାଚନମଣ୍ଡଳୀରୁ ବିଧାୟକ ପ୍ରାର୍ଥୀଭାବେ ନିର୍ବାଚନ ଲଢ଼ୁଛନ୍ତି। ସେହିପରି ଗତଥର ବିଜେପିରୁ ପ୍ରାର୍ଥୀ ହୋଇଥିବା ନେପୋଲ ରଘୁ ମୁର୍ମୁ କଂଗ୍ରେସ୍ ମିଶିଥିଲେ ମଧ୍ୟ କେଉଁଠୁ ଟିକେଟ୍ ପାଇପାରିନାହାନ୍ତି। ଗତଥରର କଂଗ୍ରେସ ପ୍ରାର୍ଥୀ ଶ୍ୟାମ ସୁନ୍ଦର ହାଁସଦା ମଧ୍ୟ ଚଳିତ ଥର ନିର୍ବାଚନ ଲଢ଼ୁନାହାନ୍ତି। ଗତଥର ଆପ୍ ପ୍ରାର୍ଥିନୀ ଥିବା ଛବି ମାହାଲି ବିଜେପିରେ ଥିଲେ ମଧ୍ୟ ନିର୍ବାଚନ ଲଢ଼ିବାର ସୁଯୋଗ ପାଇନାହାନ୍ତି।
ମୟୂରଭଞ୍ଜ ଲୋକସଭା: ଦେବାଶିଷଙ୍କ ଛଡ଼ା ସମସ୍ତେ ନୂଆମୁହଁ
/sambad/media/post_attachments/wp-content/uploads/2019/04/may-ff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)