ବିଜେପି ହାତକୁ ଯାଇପାରେ ମୟୂରଭଂଜ ଲୋକସଭା ଆସନ, ୫ ବିଧାନସଭା ଆସନରେ ଜିତିପାରେ ବିଜେଡି, ବିଜେପିକୁ ୨

ଭୁବନେଶ୍ୱର: ଶେଷ ହେଲା ୧୯ ଏକଜିଟ୍‌ ପୋଲ୍‌ ରିପୋର୍ଟ ଅର୍ଥାତ ବୁଥ୍‌ ବାହୁଡ଼ା ମତ। ସମ୍ବାଦ ଓ କନକ ନ୍ୟୁଜ୍‌ ତରଫରୁ ହୋଇଥିବା ଏକଜିଟ୍‌ ପୋଲ୍‌ ରିପୋର୍ଟ ଆଧାରରେ ମୟୁରଭଂଜ ଲୋକସଭା ଆସନରେ ବିଜେଡିର ହ୍ୟାଟ୍ରିକ୍‌ ସ୍ୱପ୍ନକୁ ଧୂଳିସାତ କରି ଏହି ଆସନକୁ ଦଖଲ କରିପାରେ ବିଜେପି। ବିଜେଡି ସାଂସଦ ପ୍ରାର୍ଥୀ ଦେବାଶିଷ ମାରାଣ୍ଡିଙ୍କୁ ଚେକ୍‌ ଦେଇ ପାରନ୍ତି ବିଜେପିର ବିଶେଶ୍ୱର ଟୁଡୁ ବୋଲି ସର୍ଭେ ରିପୋର୍ଟରୁ ଭୋଟରଙ୍କ ମୁଡ୍‌ କହୁଛି।

ବିଜେପିକୁ ମିଳିବ ୨ ବିଧାନସଭା ଆସନ
ଏକଜିଟ୍‌ ପୋଲ୍‌ ରିପୋର୍ଟ ଅନୁସାରେ ଏହି ସଂସଦୀୟ କ୍ଷେତ୍ର ଅଧିନରେ ଥିବା ୭ଟି ବିଧାନସଭା ଆସନରେ ବିଜେଡି ଲିଡ୍‌ କରିପାରେ ଯେଉଁଥିରେ ୭ଟି ବିଧାନସଭା କ୍ଷେତ୍ରରୁ ବିଜେଡି ଖାତାକୁ ୫ଟି ଏବଂ ବିଜେପି ଖାତାକୁ ମାତ୍ର ଦୁଇଟି ବିଧାନସଭା ସିଟ୍‌ ଯାଇପାରେ ବୋଲି ରିପୋର୍ଟ କହୁଛି।

ଯଶୀପୁରରେ ବିଜେଡି ଜିତିବ
ଏହି ରିପୋର୍ଟ ମୁତାବକ ଯଶୀପୁର ବିଧାନସଭା ଆସନରେ ବିଜେପି ଓ କଂଗ୍ରେସର ଆଶାକୁ ଧୂଳିସାତ କରି ବିଜେଡି ପୁଣି ଯଶୀପୁରରେ ଯଶ ରଖିପାରେ। ଆଉ ୧୯ ମହାଯୁଦ୍ଧରେ ବିଜୟ ବାନା ଉଡ଼ାଇପାରେ ବୋଲି ରିପୋର୍ଟ କହୁଛି।

ସାରସକଣାରେ ବିଜେପି
ଅନ୍ୟପଟେ ସାରସକଣା ବିଧାସାଭା କ୍ଷେତ୍ରରେ ବିଜେଡିକୁ ମାତ ଦେଇ ବିଜେପି ଏଥର ପଦ୍ମ ଫୁଟାଇବାକୁ ସକ୍ଷମ ହୋଇପାରେ ବୋଲି ଏକଜିଟ୍‌ ପୋଲ୍‌ ରିପୋର୍ଟ କହୁଛି। କାରଣ ଏହି ନିର୍ବାଚନ ମଣ୍ଡଳୀରେ ଏଥର ତିନି ଦଳର ତିନିଜଣ ନୂଆ ଯୋଦ୍ଧାଙ୍କୁ ଭରସି ମୈଦାନକୁ ଓହ୍ଲାଇଛନ୍ତି ଦଳୀୟ ସୁପ୍ରିମୋ।

ରାଇରଙ୍ଗପୁରରେ ପୁଣି ବିଜେଡି
ସେହିଭଳି ପ୍ରତିଥର ନେତା ବଦଳାଉଥିବା ରାଇରଙ୍ଗପୁରବାସୀ ଏଥର କିନ୍ତୁ ୨୦୧୪ର ଫଳାଫଳକୁ ରିପିଟ୍‌ କରିପାରନ୍ତି। ଆଉ ବିଜେଡି ହାତରେ ପୁର୍ନବାର କ୍ଷମତା ଡ଼ୋରୀ ଦେଇ ପାରନ୍ତି ବୋଲି ସମ୍ବାଦ-କନକ ନ୍ୟୁଜର ଏକଜିଟ୍‌ ପୋଲ୍‌ ରିପୋର୍ଟ କହୁଛି ଅନ୍ୟପଟେ ଉଭୟ ବିଜେପି ଓ କଂଗ୍ରେସ ଦଳକୁ ଏଥର ଏହି ନିର୍ବାଚନ ମଣ୍ଡଳୀବାସୀ ପ୍ରତ୍ୟାଖାନ କରିପାରନ୍ତିି ବୋଲି ଭୋଟରଙ୍କ ମୁଡ୍‌ ଆଉ ରିପୋର୍ଟ କହୁଛି।

ଉଦଳାରେ ବିଜେପି-ବିଜେଡି ଟକ୍କର
ଅପରପକ୍ଷେ ଉଦଳା ଆସନ ଉପରେ ଉଭୟ ବିଜେପି ଓ ବିଜେଡିର ଆଖି ରହିଥିବାବେଳେ ଏଥର ହ୍ୟାଟ୍ରିକ୍‌ ମାରିନେଇପାରେ ବିଜେଡି ବୋଲି ରିପୋର୍ଟ କହୁଛି। ସମ୍ବାଦ-କନକ ନ୍ୟୁଜ୍‌ ତରଫରୁ ହୋଇଥିବା ସବୁଠାରୁ ବଡ଼ ଏକଜିଟ୍‌ ସର୍ଭେ ଅନୁସାରେ ଉଦଳାରେ ହ୍ୟାଟ୍ରିକ୍‌ ମାରିପାରେ ବିଜେଡି।

ବାରିପଦାରେ କମାଲ କରିବ ବିଜେଡି
ସେହିପରି ଏହି ସସଂଦୀୟ କ୍ଷେତ୍ର ଅଧିନରେ ଥିବା ବାରିପଦା ବିଧାନସଭା ଆସନରେ ଏଥର ପୁଣି କମାଲ କରିପାରେ ବିଜେଡି ଗତ ୪ଟି ନିର୍ବାଚନରେ ଏଠାରେ ଖାତା ଖୋଲି ପାରି ନଥିବା ବିଜେପି-କଂଗ୍ରେସ ଏଥର ମଧ୍ୟ ବାରିପଦାରେ ମନଉଣା କରି ଫେରିପାରନ୍ତି ବୋଲି ଏକଜିଟ୍‌ ପୋଲ୍‌ ରିପୋର୍ଟ କହୁଛି।

ମୋରଡାରେ ଭାଙ୍ଗିବ ବିଜେଡି ଦୁର୍ଗ
ଚଳିତ ନିର୍ବାଚନରେ ନୂଆ ମୋଡ଼ ନେଇଥିବା ମୋରଡ଼ା ବିଧାନସଭା କ୍ଷେତ୍ରରେ ଏଥର କିନ୍ତୁ ରାଜନୀତି ପାଣିପାଗ ବଦଳିଯାଇପାରେ ବୋଲି ରିପୋର୍ଟ କହୁଛି । କାରଣ ବିଜେପି ଛାଡ଼ି ବିଜେଡିରେ ଯୋଗଦେଇଥିବା ରାଜ କିଶୋର ଦାସଙ୍କୁ ପରାଜୟର ଦ୍ୱାର ଦେଖିବାକୁ ପଡ଼ିପାରେ ଆଉ ବିଜେଡି ଦୁର୍ଗକୁ ଧସେଇ ପସିପାରେ ବିଜେପି ବୋଲି ଏକଜିଟ୍‌ ପୋଲ ରିପୋର୍ଟ କହୁଛି।

ସମ୍ବନ୍ଧିତ ଖବର