ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲାର ସବୁଠାରୁ ବିପଦ ସଂକ୍କୁଳ ରାସ୍ତା ହେଉଛି ୪୯ ଜାତୀୟ ରାଜପଥର ବାଙ୍ଗିରିପୋଷିର ଦ୍ୱାରଶୁଣି ଘାଟି ରାସ୍ତା। ଉକ୍ତ ରାସ୍ତାଟି ଅଣ ଓସାରିଆ ଓ ଘାଟି ରାସ୍ତା ଥିବାରୁ ପ୍ରତ୍ୟେକ ଦିନ ଛୋଟବଡ ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ହୋଇଥାଏ। ତେବେ ଉକ୍ତ ଜାତୀୟ ରାଜପଥର ୭ କି.ମି ଘାଟି ରାସ୍ତାକୁ ୪ ଲେନ (ଥାକ) କରାଯାଉ ବୋଲି ମୟୂରଭଂଜ ସାଂସଦ ନବଚରଣ ମାଝୀ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ୍ ଗଡକରୀଙ୍କୁ ଲିଖିତ ଆକାରରେ ଦାବି କରିଛନ୍ତି। ତେବେ ଉକ୍ତ ଘାଟିରାସ୍ତା ଖୁବଶୀଘ୍ର ହେବାର ସମ୍ଭାବନା ରହିଛି ବୋଲି ସୂଚନା ମିଳିଛି।
ଦ୍ବାରଶୁଣି ଘାଟିରାସ୍ତାରେ ପ୍ରତିମାସ ଦୁର୍ଘଟଣା ଘଟୁଛି। ପ୍ରତିବର୍ଷ ଦୁର୍ଘଟଣାରେ ଲୋକଙ୍କର ମୃତ୍ୟୁ ହେଉଛି। ଅନ୍ୟ ରାଜ୍ୟର ଗାଡ଼ିଚାଳକ ଅଧିକ ଦୁର୍ଘଟଣାର ସାମ୍ନା କରୁଛନ୍ତି। ଲକ୍ଷଲକ୍ଷ ଟଙ୍କାର ଯାନବାହନ ଦୁର୍ଘଟଣାଗ୍ରସ୍ତ ହେବା ଦ୍ବାରା କ୍ଷତି ହେଉଛି। ରାସ୍ତା ପ୍ରଶସ୍ତୀକରଣ ହେବା ଦ୍ବାରା ଦୁର୍ଘଟଣା ହ୍ରାସ ପାଇପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।