ବାରିପଦା : ମୟୂରଭଞ୍ଜର ରାଜମାତା ଶ୍ରୀମତୀ ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓଙ୍କ ପରଲୋକ ହୋଇଯାଇଛି। ବାରିପଦାସ୍ଥିତ ବେଲଗଡିଆ ରାଜପ୍ରାସାଦରେ ୯୪ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଶ୍ରୀମତୀ ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ହେଉଛନ୍ତି ନେପାଳ ନରେଶ ତ୍ରିଭୁବନ ବୀର ବିକ୍ରମ ଶାହାଙ୍କ ଝିଅ ଓ ଓ ମୟୁରଭଞ୍ଜ ମହାରାଜା ପ୍ରତାପ ଚନ୍ଦ୍ର ଭଞ୍ଜଦେଓଙ୍କ ପୁତ୍ରବଧୂ। ୧୯୨୮ ମସିହାରେ ସେ ନେପାଳରେ ଜନ୍ମ ଗ୍ରହଣ କରିଥିଲେ ଏବଂ ୧୯୫୨ରେ ସେ ମୟୂରଭଞ୍ଜର ମହାରାଜାଙ୍କୁ ବିବାହ କରିଥିଲେ। ତାଙ୍କ ସ୍ୱାମୀ ମହାରାଜା ପ୍ରଦୀପ ଚନ୍ଦ୍ର ଭଞ୍ଜଦେଓଙ୍କ ଗତ ୨୦୦୦ ମସିହାରେ ପରଲୋକ ଗମନ କରିଥିଲେ।
ବାରିପଦାସ୍ଥିତ ବେଲଗଡିଆ ରାଜପ୍ରାସାଦରେ ୯୪ ବର୍ଷ ବୟସରେ ମୟୂରଭଞ୍ଜ ରାଜମାତାଙ୍କ ପରଲୋକ
/sambad/media/post_attachments/wp-content/uploads/2020/07/mayurbhanj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)