ମୟୂରଭଞ୍ଜ: ସବାଇଘାସ ଉପରୁ ଜିଏସ୍ଟି ପ୍ରତ୍ୟାହାର କରି ନେବାକୁ ଦାବି କରି ଗୁରୁବାର ପୂର୍ବାହ୍ନରେ ଗରଡ଼ା ବ୍ଲକ୍ ଅନ୍ତର୍ଗତ ଦାନ୍ତିଆମୁହାଁଠାରେ ସବାଇଘାସ ଚାଷୀମାନେ ଆନ୍ଦୋଳନ କରି ରାସ୍ତା ଅବରୋଧ କରିଥିଲେ।
ପ୍ରାୟ ୧୦୦ ସରିକି ଚାଷୀ ସବାଇଘାସ ସହ ବାଲେଶ୍ୱର-ବାରିପଦା ଦେଇ ଯାଇଥିବା ୧୮ ନମ୍ବର ଜାତୀୟ ରାଜପଥ ଅବରୋଧ କରି ବସିଥିଲେ।
ବାରିପଦା ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନରତ ଚାଷୀଙ୍କୁ ପ୍ରତିଶ୍ରୁତି ଦେବା ପରେ ସେମାନେ ରାସ୍ତା ଅବରୋଧ ହଟାଇବା ସହ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/final_bstSnapshot_45391.jpg)