ବାରିପଦା: ଶନିବାର ପାହାନ୍ତାରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍ କଲେଜ ଏବଂ ହସ୍ପିଟାଲ୍ରୁ ଜଣେ ବିଚାରାଧୀନ କଏଦୀ ଖସି ପଳାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଫେରାର କଏଦୀ ଜଣକ ହେଉଛନ୍ତି ବଡ଼ସାହି ବ୍ଲକ୍ର କାହ୍ନୁଚରଣ ମାରାଣ୍ଡି। ଏକ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ କାହ୍ନୁଚରଣଙ୍କୁ ବାରିପଦାସ୍ଥିତ ସର୍କଲ୍ ଜେଲ୍ରେ ବିଚାରାଧୀନ କଏଦୀ ଭାବେ ରଖାଯାଇଥିଲା। ଶାରୀରିକ ଦୁର୍ବଳତା କାରଣରୁ ତାଙ୍କୁ ଦୁଇ ଦିନ ତଳେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ପାହାନ୍ତା ପ୍ରାୟ ୩ଟାରୁ ୪ଟା ସମୟରେ ସେ ଶୌଚାଳୟ ଯିବା ଆଳରେ କୌଣସି ମତେ ଡାକ୍ତରଖାନାରୁ ଖସି ପଳାଇ ଯାଇଛନ୍ତି।
ତାଙ୍କୁ ଧରିବାକୁ ପୁଲିସ ପକ୍ଷରୁ ତଦନ୍ତ ଓ ଉଦ୍ୟମ ଆରମ୍ଭ ହୋଇଛି।
କର୍ତ୍ତବ୍ୟରେ ଅବହେଳା କରିଥିବାରୁ ସତ୍ୟବ୍ରତ ବେହେରା ଓ ମାନସରଞ୍ଜନ ରାଉତ ନାମକ ଦୁଇ ଜଣ ଓ୍ଵାର୍ଡର୍ଙ୍କୁ ନିଲମ୍ବିତ କରାଯାଇଛି।