ଭୁବନେଶ୍ବର : ମୟୂରଭଞ୍ଜ ଜିଲାର ପୂର୍ବତନ ଜିଲା କ˚ଗ୍ରେସ କମିଟି ସଭାପତି ହି˚ମାଶୁ କୁମାର ପରିଡ଼ା, ପୂର୍ବତନ ବ୍ଲକ କ˚ଗ୍ରେସ ଚେୟାରମ୍ୟାନ, ବେତନଟି ନିରଞ୍ଜନ ମାଥୁର ଓ ପୂର୍ବତନ ଯୁବ କ˚ଗ୍ରେସ ସଭାପତି ପ୍ରମୋଦ ଚନ୍ଦ୍ର ସି˚ ବାବୁ ପ୍ରମୁଖ ନେତା କଂଗ୍ରେସ ଦଳକୁ ଫେରିଛନ୍ତି। ‌୨୦୧୬ରେ ସେମାନେ କ˚ଗ୍ରେସ ଦଳରୁ ଇସ୍ତଫା ଦେଇଥିଲେ। ଏହି ଘରବାହୁଡ଼ାକୁ ପ୍ରଦେଶ କ˚ଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ସ୍ବାଗତ କରିଛନ୍ତି। ଏହା ଫଳରେ ମୟୂରଭଞ୍ଜ ଜିଲ୍ଳାରେ କ˚ଗ୍ରେସ ଦଳ ଅଧିକ ଶକ୍ତିଶାଳୀ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।