ଜୟପୁର : ମା ଅଗ୍ନିଗାଙ୍ଗାମାଙ୍କ ନବଦିନାତ୍ମକ ଘଟଯାତ୍ରା ବୁଧବାର ଜୟପୁରରେ ଉଦଯାପିତ ହୋଇଯାଇଛି। ରାଜରାଜୁଡା ଅମଳରୁ ଚାଲି ଆସିଥିବା ପ୍ରଥା ଅନୁଯାୟୀ ଜିଲ୍ଲାରେ ପ୍ରଥମେ ବନ୍ଧୁଗାଁ ବ୍ଲକର ନୀଳାବାଢ଼ି ଠାରେ ମାଅଗ୍ନିଗାଙ୍ଗାମାଙ୍କ ଘଟଯାତ୍ରା ପାଳନ ହୋଇଥାଏ। ତା ପରେ ଜିଲ୍ଲାର କୋଣ ଅନୁକୋଣ ଗାଁରୁ ସହରରେ ରହିଥିବା ବିଭିନ୍ନ ଦେବୀ ମା ମାନଙ୍କର ଘଟଯାତ୍ରା ଉତ୍ସବ ପାଳନ ହୋଇଥାଏ। ଏବର୍ଷ କୋଭିଡ୍ କଟକଣା ମଧ୍ୟରେ ଗତ ୯ଦିନ ତଳେ ମାଙ୍କ ପ୍ରତୀକଓ ଘଟକୁ ଢ଼େପଗୁଡା ଜୟପୁର ଟାଉନଆଉଟପୋଷ୍ଠ ପାର୍ଶ୍ବ ଅସ୍ଥାୟୀ ମଣ୍ଡପକୁ ନିଆଯାଇଥିଲା। ସେଠାରେ ମା ପୂଜା ପାଇଥିଲେ। ଆଜି ମା ନିଜର ସ୍ଥାୟୀ ମଣ୍ଡପକୁ ଲେଉଟାଣି କରିଥିଲେ। ତାଙ୍କୁ ବାଜାବାଜଣା ମଧ୍ୟରେ ମଣ୍ଡପକୁ ଫେରାଇ ଅଣାଯାଇଥିଲା।
ରାଜରାଜୁଡା ଅମଳରୁ ଭଗତ ରାମଙ୍କ ପରିବାର ମାଙ୍କ ପୂଜାର ମୁଖ୍ୟ ଭୁମିକା ତୁଲାଇ ଆସୁଛନ୍ତି। ବହୁ ମାନସିକ ଧାରୀମାନେ ମା’ଙ୍କ ନିକଟରେ କୁକୁଡ଼ା, ଛେଳି ଆଦି ଭୋଗରାଗ ଦେଇ ପୂଜା ଅର୍ଚନା କରିଥିଲେ। କୋଭିଡ୍ କଟକଣା ଲାଗିଥିବାରୁ ପୂର୍ବବର୍ଷ ପରି ଆଉ ଜାକଜମକରେ ଉତ୍ସବ ପାଳନ ହୋଇ ପାରିନଥିଲା।