ଏମ୍‌ବିବିଏସ୍‌ ଓ ବିଡିଏସ୍‌ ନାମଲେଖା: ୪ ହଜାର କଲେ ଚଏସ୍‌ ଲକିଂ

ଭୁବନେଶ୍ବର : ଏମ୍‌ବିବିଏସ୍‌ ଓ ବିଡିଏସ୍‌ ପାଠ୍ୟକ୍ରମରେ ନାମଲେଖା ଲାଗି ଚଏସ୍‌ ଫିଲିଂ ଓ ଲକିଂ ଶେଷ ହୋଇଛି। ଆଜି ରାତି ସୁଦ୍ଧା ୪ ହଜାରରୁ ଅଧିକ ଛାତ୍ରଛାତ୍ରୀ ଚଏସ୍‌ ଫିଲିଂ ଓ ଲକିଂ କରିଛନ୍ତି। ୫ ତାରିଖରେ ପ୍ରଥମ ପର୍ଯ୍ୟାୟ ଅଲଟ୍‌ମେଣ୍ଟ ଅନୁଷ୍ଠିତ ହେବ ଏବଂ ପ୍ରାର୍ଥୀମାନେ ଆଲଟ୍‌ମେଣ୍ଟ ଲେଟର୍‌ ଡାଉନ୍‌ଲୋଡ୍‌ କରିପାରିବେ। ଫେବ୍ରୁଆରି ୭ରୁ ୧୨ ତାରିଖ ସନ୍ଧ୍ୟା ୫ଟା ମଧ୍ୟରେ ଯୋଗ୍ୟ ପ୍ରାର୍ଥୀମାନେ ଗଣ୍ଡମୁଣ୍ଡାସ୍ଥିତ ଓଜେଇଇ ସେଲ୍‌ରେ ରିପୋର୍ଟିଂ କରିପାରିବେ କିମ୍ବା ଉକ୍ତ ଦିନ ରାତି ୮ଟା ସୁଦ୍ଧା ନାମଲେଖା ପ୍ରକ୍ରିୟାରୁ ଓହରିପାରିବେ। ପ୍ରଥମ ପର୍ଯ୍ୟାୟ କାଉନସେଲିଂ ପରେ ଖାଲି ଥିବା ସିଟ୍‌ ସମ୍ପର୍କରେ ୧୪ ତାରିଖରେ ଓଜେଇଇ ୱେବସାଇଟ୍‌ରେ ଉଲ୍ଲେଖ ହେବ। ୧୫ ଓ ୧୬ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ପଞ୍ଜୀକରଣ ଓ ଅନ୍‌ଲାଇନ୍‌ ଆବେଦନ ଏବଂ ଅନ୍‌ଲାଇନ୍‌ ଯାଞ୍ଚ ଲାଗି ଡକ୍ୟୁମେଣ୍ଟ ଅପ୍‌ଲୋଡ୍‌ କରିପାରିବେ।

ସମ୍ବନ୍ଧିତ ଖବର