୨୯ରୁ ଆରମ୍ଭ ହେବ ଏମବିବିଏସ/ବିଡିଏସ ନାମ ଲେଖା ପାଇଁ କାଉନସେଲିଂ

ଭୁବନେଶ୍ବର : ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ବୋର୍ଡ ପକ୍ଷରୁ ଆଜି କୁହାଯାଇଛି ଯେ ୨୦୨୧-୨୨ ସେସନ ପାଇଁ ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ କଲେଜ ଓ (ଘରୋଇ) ହାଇଟେକ୍ ମେଡିକାଲ କଲେଜରେ ଥିବା ଏମବିବିଏସ ଓ ବିଡିଏସ ସିଟଗୁଡ଼ିକ ନିଟ୍ (ୟୁଜି) ୨୦୨୧ ମେରିଟ ଲିଷ୍ଟ ଅନୁସାରେ ହେବ । ଏଥିପାଇଁ ଆସନ୍ତା ୨୯ ତାରିଖରୁ ଅନଲାଇନ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହେବ । କାଉନସେଲିଂ ପ୍ରକ୍ରିୟା ସମ୍ପର୍କିତ ସବିଶେଷ ତଥ୍ୟ ଓଜେଇଇର ଓ୍ବେବସାଇଟରେ ଦିଆଯାଇଛି ।

ଏହି କାଉନସେଲିଂ ୩ଟି ପର୍ୟ୍ୟାୟରେ ହେବ । ଏହି ୩ଟି ପର୍ୟ୍ୟାୟପରେ ସିଟ ଖାଲି ରହିଲେ ଏକ ମପ-ଅପ ରାଉଣ୍ଡ ହେବ । ଏହି କାଉନସେଲିଂ ରାଜ୍ୟରେ ଥିବା ସରକାରୀ ଓ ଘରୋଇ ମେଡିକାଲ କଲେଜଗୁଡ଼ିକରେ ଥିବା ମୋଟ ୧୯୫୦ଟି ଏମବିବିଏସ ଓ ୩୬୩ଟି ବିଡିଏସ ସିଟରେ ନାମଲେଖା ପାଇଁ ହେବ ।

ସମ୍ବନ୍ଧିତ ଖବର