ଜୁଲାଇ ପ୍ରଥମ ସପ୍ତାହରୁ ଏମ୍‌ବିବିଏସ୍‌ ପରୀକ୍ଷା! ପରୀକ୍ଷା ବାତିଲ ପାଇଁ ଛାତ୍ରଛାତ୍ରୀଙ୍କ ଦାବି

କଟକ : ଜୁଲାଇ ପ୍ରଥମ ସପ୍ତାହରୁ ଆରମ୍ଭ ହେବ ଏମ୍‌ବିବିଏସ୍‌ ଛାତ୍ରଛାତ୍ରୀଙ୍କ ଶେଷବର୍ଷ, ୪ର୍ଥ ଓ ୩ବର୍ଷ ପରୀକ୍ଷା। ଏ ସଂପର୍କରେ ଡିଏମ୍‌ଇଟିଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପରେ ସବୁ ମେଡିକାଲ କଲେଜ କର୍ତ୍ତୃପକ୍ଷ ନୋଟିସ୍‌ ଜାରି କରିଛନ୍ତି। ନୋଟିସ୍‌ ଅନୁସାରେ ପରୀକ୍ଷାର ୭ଦିନ ପୂର୍ବରୁ ପିଲାମାନେ ହଷ୍ଟେଲରେ ପହଞ୍ଚିବେ, ମାସ୍କ୍‌ ପିନ୍ଧିବେ, ସାମାଜିକ ଦୂରତ୍ବ ମାନିବେ। ହେଲେ, ଗୋଟିଏ କୋଠରୀରେ ୩/୪ଜଣ ପିଲା ରହୁଥିବାରୁ ସେଠାରେ କେଉଁଭଳି ସାମାଜିକ ଦୂରତ୍ବ ପାଳନ ହେବ ବୋଲି ଏସ୍‌ସିବି ଛାତ୍ରଛାତ୍ରୀଙ୍କ ସମେତ ରାଜ୍ୟର ସମସ୍ତ ଏମ୍‌ବିବିଏସ୍‌ ଛାତ୍ରଛାତ୍ରୀ ପ୍ରଶ୍ନ ଉଠାଇଛନ୍ତି। ଏଥିସହ ଶେଷବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ତାହାକୁ କରାଯାଇ ଅନ୍ୟ ୪ବର୍ଷର ପରୀକ୍ଷାକୁ ବାତିଲ କରାଯାଉ। ପିଲାଙ୍କୁ ପୂର୍ବବର୍ଷର ମାର୍କକୁ ଭତ୍ତିକରି ଉତ୍ତୀର୍ଣ୍ଣ କରାଯାଉ ବୋଲି ଛାତ୍ରଛାତ୍ରୀମାନେ ଦାବି କରିବା ସହ ରାଜ୍ୟପାଳଙ୍କ ପାଖକୁ ସ୍ମାରକପତ୍ର ପଠାଇଥିବା ଜଣାପଡ଼ିଛି। ଏଥିସହ ତୁରନ୍ତ ଅନ୍‌ଲାଇନ୍‌ ପାଠପଢା ଆରମ୍ଭ କରିବା ପାଇଁ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି।

ଜୁଲାଇ ପ୍ରଥମ ସପ୍ତାହରେ ଏମ୍‌ବିବିଏସ୍‌ ଶେଷବର୍ଷ, ୪ର୍ଥ ଓ ୩ୟ ବର୍ଷ ପରୀକ୍ଷା ହେବା ପାଇଁ ନୋଟିସ୍‌ ଜାରି ହେବା ପରେ ଏହାକୁ ବାତିଲ ପାଇଁ ଦାବି ଜୋର ଧରିଛି। ସେମାନେ ଓସ୍‌ମାନିଆ ବିଶ୍ବବିଦ୍ୟାଳୟର କରୋନା ସଂକ୍ରମଣକୁ ଉଦାହରଣ ଦେଇଛନ୍ତି। ଏମିତିରେ ଅଢେଇମାସରୁ ଅଧିକ ହେଲାଣି ପରୀକ୍ଷା ବିଳମ୍ବିତ ହୋଇଛି। ତେଣୁ ପରୀକ୍ଷା ବାତିଲ ସହ ପିଲାଙ୍କୁ ପ୍ରୋମୋସନ୍ କରାଯାଉ ବୋଲି ସବୁ ମେଡିକାଲ କଲେଜ ଛାତ୍ରଛାତ୍ରୀ, ଅଭିଭାବକଙ୍କ ସମେତ ଏସ୍‌ସିବି ଛାତ୍ରସଂସଦ ସଭାପତି ବିଶ୍ବଜିତ୍‌ ସାହୁ, ସଂପାଦକ ସ୍ମାରକ ମହାପାତ୍ର ପ୍ରମୁଖ ଦାବି କରିଛନ୍ତି। ସେମାନେ ପ୍ରଶ୍ନ କରିଛନ୍ତି, ବାହାର ରାଜ୍ୟର ପିଲା ଛାତ୍ରାବାସକୁ ଟ୍ରେନ୍‌, ଫ୍ଲାଇଟ୍‌ରେ ଫେରିବା ପରେ ଏହା ପୁଣି ସଂକ୍ରମଣକୁ ବଢାଇବାରେ ଅସହାୟକ ହେବନି ତ? ସେମାନେ ଲାଇବ୍ରୋରୀରେ ପାଠ ପଢିବା ପାଇଁ ଯିବେ ସେସବୁ କଣ ସଂକ୍ରମଣର ମାଧ୍ୟମ ହେବନି?

ସମ୍ବନ୍ଧିତ ଖବର