୩ ମେଡିକାଲ କଲେଜର ଏମ୍‌ବିବିଏସ୍ ସିଟ୍ ବଢ଼ିଲା

ଭୁବନେଶ୍ବର : ରାଜ୍ୟର ୩ଟି ମେଡିକାଲ କଲେଜରେ ଏମ୍‌ବିବିଏସ୍‌ ସିଟ୍‌ ସଂଖ୍ୟା ବଢ଼ିଛି। ମେଡିକାଲ କାଉନ୍‌ସିଲ ଅଫ୍‌ ଇଣ୍ଡିଆର ଅନୁମୋଦନ କ୍ରମେ ବୁର୍ଲା, କୋରାପୁଟ ଓ ବାରିପଦା ମେଡିକାଲ କଲେଜରେ ସିଟ୍‌ ସଂଖ୍ୟାରେ ବୃଦ୍ଧି ଘଟିଛି। ବୁର୍ଲା ମେଡିକାଲ କଲେଜରେ ପୂର୍ବରୁ ୧୫୦ ସିଟ୍‌ ରହିଥିବା ବେଳେ ତହିଁରେ ଆହୁରି ୫୦ ସିଟ୍ ବୃଦ୍ଧି ପାଇ ୨୦୦ରେ ପହଞ୍ଚିଛି। କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ପୂର୍ବରୁ ୧୦୦ ସିଟ୍ ରହିଥିବା ବେଳେ ୨୫ ସିଟ୍‌ ଓ ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ମଧ୍ୟ ୨୫ ସିଟ୍‌ରେ ବୃଦ୍ଧି ଘଟିଛି। ଏହି ଦୁଇ ମେଡିକାଲ କଲେଜରେ ଏବେ ସିଟ୍ ସଂଖ୍ୟା ୧୨୫ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର