ସରକାରୀ କଲେଜର ଏମ୍‌ବିବିଏସ୍‌ ସିଟ୍‌ ପୂରଣ

ଭୁବନେଶ୍ବର : ରାଜ୍ୟରେ ଥିବା ୭ଟି ସରକାରୀ, ଗୋଟିଏ ଘରୋଇ ମେଡିକାଲ କଲେଜର ଏମ୍‌ବିବିଏସ୍‌ ଓ ବିଡିଏସ୍‌ ପାଠ୍ୟକ୍ରମ ପାଇଁ ଖାଲିଥିବା ସିଟ୍‌ଗୁଡ଼ିକ ଲାଗି ସ୍ପଟ୍‌ ନାମଲେଖା ଚାଲିଛି। ଗତକାଲି ନାମଲେଖାର ପ୍ରଥମ ଦିନରେ ୪ଟି ‌ମେଡିକାଲ କଲେଜରେ ସିଟ୍‌ ପୂରଣ ହୋଇଥିଲା। ଦ୍ବିତୀୟ ଦିନରେ ସମସ୍ତ ସରକାରୀ କଲେଜର ଏମ୍‌ବିବିଏସ୍‌ ସିଟ୍‌ ପୂରଣ ହୋଇଯାଇଛି। ଭୁବନେଶ୍ବର ହାଇଟେକ୍‌ ମେଡିକାଲ କଲେଜରେ ୨୭ଟି ଏମ୍‌ବିବିଏସ୍‌ ସିଟ୍‌ ବଳକା ରହିଥିବା ବେଳେ ଏସ୍‌ସିବି ଡେଣ୍ଟାଲ କଲେଜରେ ୨ଟି ଓ ଭୁବନେଶ୍ବର ହାଇଟେକ୍‌ ଡେଣ୍ଟାଲ କଲେଜରେ ୮୫ଟି ସିଟ୍‌ ଖାଲି ରହିଛି। ଖାଲିଥିବା ମୋଟ ୧୧୪ଟି ସିଟ୍‌ ପାଇଁ ଆସନ୍ତାକାଲି ନାମଲେଖା ହେବ।

ସମ୍ବନ୍ଧିତ ଖବର