ଏସ୍‌ସିବିରେ ଏମ୍‌ବିବିଏସ୍‌ର ୨୫୦ ସିଟ୍‌ ବଜାୟ ରହିଲା

ଭୁବନେଶ୍ୱର : କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜରେ ଏମ୍‌ବିବିଏସ୍‌ ଡିଗ୍ରିରେ ୨୫୦ ସିଟ୍‌କୁ ମେଡିକାଲ କାଉନ୍‌ସିଲ ଅଫ ଇଣ୍ଡିଆ ବା ଏମ୍‌ସିଆଇ ବାଜୟ ରଖିଛନ୍ତି। ଆସନ୍ତା ୫ବର୍ଷ ପାଇଁ ଏଥିପାଇଁ ଆଉ କୌଣସି ଯାଞ୍ଚର ଆବଶ୍ୟକତା ପଡ଼ିବ ନାହିଁ ବୋଲି ମଧ୍ୟ ଏମ୍‌ସିଆଇ ସ୍ପଷ୍ଟ କରିଛି।

ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଏସ୍‌ସିବି ମେଡିକାଲ କଲେଜରେ ଗତ ୫ବର୍ଷ ହେବ ଏମ୍‌ବିବିଏସ୍‌ ଡିଗ୍ରି ସିଟ୍‌ ସଂଖ୍ୟା ୧୫୦ରୁ ୨୫୦କୁ ବୃଦ୍ଧି ହୋଇଛି। ପ୍ରତିବର୍ଷ ଏଥିପାଇଁ ଏମ୍‌ସିଆଇ ପକ୍ଷରୁ ଆବଶ୍ୟକ ଯାଞ୍ଚ କରାଯାଇ ଅନୁମତି ଦିଆଯାଇଥାଏ। ଚଳିତବର୍ଷ ଏମ୍‌ସିଆଇର ଏକଜ୍ୟୁଟିଭ କମିଟି ଜୁନ୍‌ ଓ ଜୁଲାଇ ମାସରେ ଏହାର ମୂଲ୍ୟାଙ୍କନ କରିବା ସହିତ କେନ୍ଦ୍ର ସରକାରଙ୍କୁ ଏଥିପାଇଁ ପ୍ରସ୍ତାବ ଦେଇଥିଲେ। ଚଳିତବର୍ଷ ଏମ୍‌ସିଆଇ ଏସ୍‌ସିବିରେ ୨୫୦ ସିଟ୍‌କୁ ବଜାୟ ରଖିବା ସହିତ ଆସନ୍ତା ୫ବର୍ଷ ପାଇଁ ଅନୁମତି ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର