ହେମଗିର: ଗର୍ଜନବାହାଲ କୋଇଲା ଖଣିରୁ ରାତ୍ରି ଡ୍ୟୁଟି ସାରି ଘରକୁ ଫେରୁଥିବା ସମୟରେ ତୁମଲିଆ ବାଙ୍ଗୁରକେଲା ରାସ୍ତାରେ ବାଇକ ଧକ୍କାରେ ଜେନୈକ ଏମସିଏଲ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମୃତ କର୍ମଚାରୀ ଜଣକ ହେଲେ ଗୋପାଳପୁରର ଭେଷଜ ଅମାତ(୩୯)। ଭେଷଜ ସକାଳ ପ୍ରାୟ ୬ ଟା ପରେ ନିଜ ବାଇକ ଓଡି୧୬ ଜେ ୨୩୯୨ରେ ଫେରୁଥିବାବେଳେ ଏହି ଅଘଟଣ ଘଟୁଥିଲା।
ସେଠାରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇ ପରିବାର, ଏମସିଏଲ କର୍ମଚାରୀ ଓ ଗ୍ରାମବାସୀ କ୍ଷତିପୂରଣ, ମୃତକଙ୍କ ସ୍ତ୍ରୀଙ୍କୁ ଏମସିଏଲରେ ତୁରନ୍ତ ନିଯୁକ୍ତି ଓ କର୍ମଚାରୀଙ୍କ ପାଇଁ ବସ୍ ସୁବିଧା ପ୍ରଦାନ ଦାବିରେ ଶବକୁ ଉଠାଇବାକୁ ଦେଇନଥିଲେ। ପରେ ପୁଲିସ ଓ ଏମ୍ସିଏଲ୍ ଅଧିକାରୀ ଘଟଣାସ୍ଥଳରେ ପହଂଚି ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରି ମୃତକଙ୍କ ସ୍ତ୍ରୀଙ୍କୁ ଆଜିଠାରୁ ଏମ୍ସିଏଲ୍ରେ ନିଯୁକ୍ତି ଦେବା ସହ ନିୟମାନୁସାରେ କ୍ଷତିପୂରଣ ପ୍ରଦାନ ଓ କର୍ମଚାରୀଙ୍କ ପାଇଁ ବସ୍ ସେବା ଉପଲବ୍ଧ କରାଇବା ପ୍ରତିଶ୍ରୁତି ପରେ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏନେଇ ପୁଲିସ ଏକ ଦୁର୍ଘଟଣା ଜନିତ ମାମଲା ରୁଜୁ କରି ତଦନ୍ତ ଚଳାଇଛି।