ଫନି ମୁକାବିଲା ପାଇଁ ୧୧ ଜେନେରେଟର ଦେଲା ଏମ୍‌ସିଏଲ୍‌

ସମ୍ବଲପୁର : ପ୍ରଳୟଙ୍କାରୀ ବାତ୍ୟା ଫନିର ତାଣ୍ଡବ ପରେ ଏହାର ମୁକାବିଲା କରିବା ପାଇଁ ମହାନଦୀ କୋଲ ଫିଲ୍ଡସ ଲିମିଟେଡ ପକ୍ଷରୁ ୧୧ଟି ଡିଜେଲ ଜେନେରେଟର କଟକ ଓ ଭୁବନେଶ୍ବରକୁ ପଠାଯାଇଛି। ତାଳଚେର କୋଇଲାଖଣି ଅଞ୍ଚଳରେ ଥିବା ୫୦ କେଭିରୁ ନେଇ ୧୪୦ କେଭିର ୧୧ଟି ଜେନେରେଟର ପଠାଯାଇଛି। ୩ଟି ୧୨୫ କେଭି ଜେନେରେଟରକୁ ଜଗନ୍ନାଥ ଅଞ୍ଚଳରୁ କଟକୁ ପଠାଯାଇଥିବା ‌ବେଳେ ଲିଙ୍ଗରାଜ ଖଣି, ହିଙ୍ଗୁଳା ଖଣି ଓ ଲଖନପୁର ଖଣିରୁ ଗୋଟିଏ ୧୪୦ କେଭି, ଗୋଟିଏ ୧୨୫ କେଭି ଓ ଗୋଟିଏ ୮୩ କେଭି ଜେନେରେଟର ଇଡ୍‌କୋକୁ ପଠାଯାଇଛି। ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଅନୁରୋଧ କ୍ରମେ ବସୁନ୍ଧରା ଖଣିରୁ ଗୋଟିଏ ୧୫ କେଭି ଡିଜି ଭୁବନେଶ୍ବର ପଠାଯାଇଥିବା ବେଳେ ସମ୍ବଲପୁର ଜିଲ୍ଲାପାଳଙ୍କ ଅନୁରୋଧ କ୍ରମେ ୧୦ କେଭିରୁ କମ୍‌ ଏମ୍ପିଅରର ଥିବା ୪ଟି ଡିଜିର ଭଡ଼ା ବହନ କରିବାକୁ ଏମ୍‌ସିଏଲ ରାଜି ହୋଇଛି। ତେବେ ୫୦ କେଭିରୁ କମ୍‌ ଏମ୍ପିଅର ବିଶିଷ୍ଠ ଆହୁରି ଅଧିକ ଡିଜି ମଧ୍ୟ ଭୁବନେଶ୍ବର ପଠାଇବା ନେଇ ଯୋଜନା ଚାଲିଥିବା ଏମ୍‌ସିଏଲ ପକ୍ଷରୁ ଏକ ପ୍ରେସ୍‌ ବିବୃତିରେ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର