ଭୁବନେଶ୍ବର: ଫ୍ଲାଟ ଦେବା ନାଁରେ କୋଟି କୋଟି ଟଙ୍କା ଠକେଇ ଅଭିଯୋଗରେ ଏମ୍ଏସ୍ ବାସେରା ଡିଜାଇନ୍ସର ପରିଚାଳନା ନିର୍ଦ୍ଦେଶକ (ଏମ୍ଡି) ଗିରଫ ହୋଇଛନ୍ତି। ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଏମ୍ଏସ୍ ବାସେରା ଡିଜାଇନ୍ସର ଏମ୍ଡି ମନୋଜ ପଟ୍ଟନାୟକଙ୍କୁ ଗିରଫ କରିଛି। ଭୁବନେଶ୍ୱରର ସିଜୁଆ ଅଞ୍ଚଳରେ ବାସେରା ଫ୍ରେସ୍କୋ ନାମକ ଆପେଟମେଣ୍ଟ କରି ଲୋକଙ୍କୁ ଫ୍ଲାଟ ଦେବା ପାଇଁ ଅଗ୍ରିମ ଟଙ୍କା ନେଇଥିଲା। ଏକାଧିକ ଲୋକ ଏନେଇ ଟଙ୍କା ଦେଇଥିବା ସତ୍ତ୍ବେ ଫ୍ଲାଟ ହସ୍ତାନ୍ତର କରିନଥିଲେ ମାଲିକ। ଏହିଭଳି ଭାବେ ମୋଟ ୧ କୋଟି ୭୨ ଲକ୍ଷ ଟଙ୍କା ଠକି ଥିବା ନେଇ ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ ଫ୍ଲାଟ ମାଲିକ। ଆଗକୁ ଅଭିଯୁକ୍ତଙ୍କ ସଂଖ୍ୟା ବଡ଼ିପାରେ ବୋଲି ଇଓଡବ୍ଲ୍ୟୁ ସୂଚନା ଦେଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp