ବେତନଟୀ ସଦର: ପିଲାଙ୍କୁ ସ୍କୁଲ ମୁହାଁ କରିବା ପାଇଁ ଆରମ୍ଭ ହୋଇଥିବା ମଧ୍ୟାହ୍ନ ଭୋଜନ ବ୍ୟବସ୍ଥାରେ ମୟୂରଭଂଜ ଜିଲ୍ଲା ବେତନଟୀ ବ୍ଲକ ଅଧୀନ ନୂଆଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। କେତେ ପିଲା ଅଛନ୍ତି, କେତେ ପିଲା ଖାଉଛନ୍ତି ସେ ସମ୍ପର୍କରେ ସଠିକ ସୂଚନା ଦେଉନାହାନ୍ତି ପ୍ରଧାନଶିକ୍ଷୟିତ୍ରୀ। ସେହିପରି ବିଦ୍ୟାଳୟ ପରିଚାଳନାରେ ମଧ୍ୟ ଅନିୟମିତା ନେଇ ବିଗିଡ଼ିଛନ୍ତି ବେତନଟୀ ବିଇଓ।

Advertisment

ସୂଚନା ଅନୁଯାଇ ଚଳିତ ମାସ ୨ ତାରିଖ ଦିନ ବେତନଟୀ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିପ୍ଳବ କର ବାଛୁରୀପଡା କ୍ଲଷ୍ଟର ଅଧୀନ ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନରେ ଯାଇଥିଲେ। ହେଲେ ସେ ପହଞ୍ଚିଲା ବେଳକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମିନତୀ ପଣ୍ଡା ବିଦ୍ୟାଳୟରେ ଉପସ୍ଥିତ ନଥିଲେ। ଆହୁରି ମଧ୍ୟ ଉପସ୍ଥାନ ଖାତାରେ ତାଙ୍କର କୌଣସି ହସ୍ତାକ୍ଷର ନଥିଲା ଏବଂ ଅନ୍ୟ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ସେ ବ୍ୟାଙ୍କ ଯାଇଥିବା ନେଇ ସୂଚନା ଦେଇଥିଲେ।

ସେହିପରି ସେଦିନ ବିଦ୍ୟାଳୟରେ ମାତ୍ର ୬୬ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଥିବାବେଳେ ୧୦୮ ପିଲାଙ୍କର ମଧ୍ୟାହ୍ନ ଭୋଜନ ଉପସ୍ଥାନ ଦର୍ଶା ଯାଇଥିଲା। ପରେ ବିଇଓ ବିଦ୍ୟାଳୟ ରିଜୋଲୁଶନ ଖାତା, କେସବୁକ, ବ୍ୟାଙ୍କ ପାସବୁକ ଓ ମଧ୍ୟାହ୍ନ ଭୋଜନ ସମ୍ଭନ୍ଧୀୟ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ଦେଖାଇବାକୁ କହିଥିଲେ ବି ଉପସ୍ଥିତ କର୍ମଚାରୀ କିଛି ଦେଖାଇ ପାରିନଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ବିଇଓ ଶ୍ରୀ କର ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି।