ଏଣିକି ଛାତ୍ରଛାତ୍ରୀଙ୍କୁ ଗଣେଶ ଓ ସ୍ୱରସ୍ୱତୀ ପୂଜାରେ ମିଳିବ ନାହିଁ ମଧ୍ୟାହ୍ନ ଭୋଜନ

ଭୁବନେଶ୍ୱର: ଆଗକୁ ଆସୁଥିବା ଗଣେଶ ପୂଜାକୁ ଧୂମଧାମରେ ପାଳନ କରିବା ପାଇଁ ରାଜ୍ୟର ବିଭିନ୍ନ ସ୍କୁଲରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। କିନ୍ତୁ ଚଳିତ ଥର ଗଣେଶ ପୂଜାରେ ଛାତ୍ରଛାତ୍ରୀଙ୍କୁ ସ୍କୁଲରେ ମଧ୍ୟାହ୍ନ ଭୋଜନ ମିଳବ ନାହିଁ ବୋଲି ମିଡ୍‌ ଡେ ମିଲ୍‌ ନୋଡାଲ ଅଫିସର ରାଜ୍ୟର ସମସ୍ତ ଡିଇଓଙ୍କୁ ଚିଠି ଲେଖିଛନ୍ତି । ଏଣିକି ସ୍ୱରସ୍ୱତୀ ପୂଜା କିମ୍ବା ଗଣେଶ ପୂଜାରେ ମଧ୍ୟାହ୍ନ ଭୋଜନ ବନ୍ଦ କରିବାକୁ ନୋଡାଲ ଅଫିସର ଗଙ୍ଗାଧର ସାହୁ ଚିଠି ଲେଖିଛନ୍ତି।

ପ୍ରତିବର୍ଷ ସ୍କୁଲରେ ଛାତ୍ରଛାତ୍ରୀମାନେ ପାରମ୍ପରିକ ଭାବେ ଗଣେଶ ପୂଜା ଓ ସ୍ୱରସ୍ୱତୀ  ପୂଜା ପାଳନ କରି ଆସୁଛନ୍ତି । କିନ୍ତୁ ଏହି ପୂଜା ଦିନମାନଙ୍କରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ଉଷୁନା ଚାଉଳର ଭାତ ଦିଆଯାଉଥିବା ନେଇ ଅଭିଯୋଗ ଆସିବା ପରେ ଏଭଳି ନିଷ୍ପତି ନିଆଯାଇଛି। ପୂଜାବିଧି ଅନୁଯାୟୀ, ଛାତ୍ରଛାତ୍ରୀମାନେ ଏହି ଦିନମାନଙ୍କରେ ଉଷୁନା ଚାଉଳର ଭାତ ଖାଇବାକୁ ଅମଙ୍ଗ ହେଉଛନ୍ତି ।

ତେଣୁ ଚଳିତ ବର୍ଷ ଠାରୁ ଗଣେଶ ପୂଜା ଓ ସ୍ୱରସ୍ୱତୀ  ପୂଜାରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଖାଇବାକୁ ବାଧ୍ୟ ନ କରିବାକୁ ଅନୁରୋଧ କରିଛନ୍ତି ନୋଡାଲ ଅଫିସର । ଏପରିକି ଏହି ଦୁଇ ପୂଜା ଉତ୍ସବରେ ମଧ୍ୟାହ୍ନଭୋଜନ ବନ୍ଦ କରିବାକୁ ସମସ୍ତ ଡିଇଓଙ୍କୁ ଚିଠି ଲେଖି ଜଣାଇଛନ୍ତି ।

ସମ୍ବନ୍ଧିତ ଖବର