ଭୁବନେଶ୍ୱର : ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍(ଆଇଏମ୍ଏସ୍) ଓ ଉତ୍କଳ ବିଶ୍ବବିଦ୍ୟାଳୟର ମିଳିତ ସହଯୋଗରେ ଆସନ୍ତା ନଭେମ୍ବର ୨୧ତାରିଖଠାରୁ କିଟ୍ ବିଶ୍ବବିଦ୍ୟାଳୟ ପରିସରରେ ଗଣମାଧ୍ୟମ ମହାସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ୩ ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଯୋଗାଯୋଗରେ ଡିଜିଟାଲ ଯୁଗକୁ ନେଇ ତର୍ଜମା ହେବ। ଦେଶ ଓ ବିଦେଶର ୪୦ ବିଶ୍ବବିଦ୍ୟାଳୟରୁ ହଜାରରୁ ଊର୍ଦ୍ଧ୍ବ ବିଦ୍ୟାର୍ଥୀ ଓ ବୁଦ୍ଧିଜୀବୀଙ୍କ ସହ କେନ୍ଦ୍ରୀୟ ସୂଚନା ଆୟୁକ୍ତ ବିମଲ ଜୁଲକା, ସିଇସି ନିର୍ଦ୍ଦେଶକ ପ୍ର. ଜଗତ ଭୂଷଣ ନଡ଼ାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏ ନେଇ ଆଜି ଆଇଏମ୍ଏସ୍ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେଞ୍ଚୁରିଆନ୍ ବିଶ୍ବବିଦ୍ୟାଳୟ ପ୍ର. ଡ. ଚନ୍ଦ୍ରଭାନୁ ପଟ୍ଟନାୟକ, ଆଇଏମ୍ଏସ୍ ନିର୍ଦ୍ଦେଶକ ପ୍ର. ଉପେନ୍ଦ୍ର ପାଢ଼ୀ, ଅମ୍ବିକା ମିଶ୍ର, ଜ୍ଞାନରଞ୍ଜନ ମିଶ୍ର ପ୍ରମୁଖ ସୂଚନା ଦେଇଛନ୍ତି। ଡିଜିଟାଲ ତଥା ବୈଷୟିକ ଜ୍ଞାନକୌଶଳ କିଭଳି ଖବର ପରିବେଷଣ ତଥା ସଂଗ୍ରହରେ ବ୍ୟବହାର ହୋଇପାରିବ, ଖବରର ବାସ୍ତବତା କିଭଳି ଡିଜିଟାଲ ପ୍ଲାଟ୍ଫର୍ମରେ ଯାଞ୍ଚ କରିହେବ, ସାମାଜିକ ଗଣମାଧ୍ୟମର ଅପବ୍ୟବହାର କିଭଳି ରୋକି ହେବ, ସେ ନେଇ ତିନିଦିନ ଧରି ବିଚାରବିମର୍ଶ ଚାଲିବ। ତିନିବର୍ଷ ଧରି ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମରେ ଏଥର ପ୍ରଥମ କରି ବିଭିନ୍ନ ବର୍ଗରେ ଏନ୍.ଏମ୍.ସି ପୁରସ୍କାର- ୨୦୧୯ ପ୍ରଦାନ କରାଯିବ। ୫୦ରୁ ଊର୍ଦ୍ଧ୍ବ କ୍ଷୁଦ୍ର ଓ ଗଣମାଧ୍ୟମ ସଂପର୍କିତ ପୁସ୍ତକ ପ୍ରଦର୍ଶନୀ ହେବ।
ଗଣମାଧ୍ୟମ ମହାକୁମ୍ଭ ୨୧ରୁ
/sambad/media/post_attachments/wp-content/uploads/2019/11/media.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)