ବୈଶିଙ୍ଗା: ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭl ସାମ୍ବାଦିକ ଓ ଗଣମାଧ୍ୟମର ଭୂମିକା ସମାଜ ଗଠନ ଓ ଦିଗ୍‌ଦର୍ଶନ ଦେବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣl ସମାଜକୁ ଉନ୍ନତି ଓ ପ୍ରଗତି ପଥରେ ଆଗେଇନେବା ପାଇଁ ଗଣମାଧ୍ୟମ ସବୁବେଳେ ପ୍ରୟାସରତ ବୋଲି "ବେତନଟୀ ବ୍ଲକ ପ୍ରେସକ୍ଲବ" ଆନୁକୂଲ୍ୟରେ ବୈଶିଙ୍ଗାସ୍ଥିତ ରୟାଲ ବଗିଚା କଲ୍ୟାଣ ମଣ୍ଡପ ଠାରେ ଶନିବାର ଆୟୋଜିତ ଜାତୀୟ ପ୍ରେସ ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ଥାନୀୟ ବିଧାୟକ ସନାତନ ବିଜୁଳି ତାଙ୍କର ଅଭିମତ ରଖିଥିଲେl 

Advertisment

ସେହିପରି ସାମ୍ବାଦିକତା ଭିତରେ ସାହିତ୍ୟ ଲୁଚି ରହିଛି। ପ୍ରତ୍ୟେକ ସାମ୍ବାଦିକ ଜଣେ ଜଣେ ସୃଜନଶୀଳ ପ୍ରତିଭାl ସାହିତ୍ୟ ସମ୍ବାଦକୁ ଶାଣୀତ କରିଥାଏl ତେଣୁ ସାହିତ୍ୟ ଏବଂ ସାମ୍ବାଦିକତା ଅଭିନ୍ନ ନୁହେଁl ଯେଉଁ ଦେଶର ଗଣମାଧ୍ୟମ ଯେତେ ମଜବୁତ ସେ ଦେଶର ଗଣତନ୍ତ୍ର ସେତେ ସୁଦୃଢl ଗଣମାଧ୍ୟମକୁ ସୁଦୃଢ, ନିରପେକ୍ଷ, ସ୍ୱତନ୍ତ୍ର, ଦାୟିତ୍ୱ ସମ୍ମନ୍ନ ଓ ଚାପମୁକ୍ତ କରିବା ପାଇଁ ବେତନଟୀ ବ୍ଲକ ପ୍ରେସ କ୍ଳବର ଗଠନ କରାଯାଇଛିl ଏବେ ସ୍ଥାନୀୟ ଅଞ୍ଚଳରେ ଗଣମାଧ୍ୟମ ତାର ଦାୟିତ୍ୱ ସୁଚାରୁ ରୂପେ ତୁଲାଇ ଆସୁଥିବା ବେଳେ ଜନସାଧାରଣଙ୍କର ଆସ୍ଥା ଭାଜନ ହୋଇପାରିଛିl ଜନସାଧାରଣ ଅନ୍ୟ ତିନୋଟି ସ୍ତମ୍ବ ଉପରୁ ଯେତେବେଳେ ଜନସାଧାରଣଙ୍କ ଆସ୍ଥା ତୁଟିଯାଏ ସେତେବେଳେ ସେ ଚତୁର୍ଥ ସ୍ତମ୍ବ ଉପରେ ଆଶା ପ୍ରକଟ କରିଥାନ୍ତିl ତେଣୁ ଗଣମାଧ୍ୟମ ଦିନକୁ ଦିନ ଦାୟିତ୍ୱ ସମ୍ପନ୍ନ ହେବାରେ ଲାଗିଛିl ଫଳରେ ଗଣମାଧ୍ୟମ ଉପରେ ଜନସାଧାରଣଙ୍କ ଆସ୍ଥା ବୃଦ୍ଧି ପାଇବାରେ ଲାଗିଛିl ଯୋଉଁଥିପାଇଁ ଗଣମାଧ୍ୟମ ଜନଗଣଙ୍କ ଆସ୍ଥା ଅତୁଟ ରଖିବା ଏକ ଆହ୍ୱାନ ପାଲଟିଛିl ପ୍ରଶାସନୀକ ଚାପ ସତ୍ୱେ ଜନସାଧାରଣଙ୍କ ଆସ୍ଥା ପୂରଣ କରିବାରେ ଗଣମାଧ୍ୟମ ସଦା ଚେଷ୍ଟିତ ବୋଲି ମଞ୍ଚାସିନ ସ୍ୱତନ୍ତ୍ର ଅତିଥି ମୟୂରଭଞ୍ଜ ଜିଲ୍ଲା ଅତିରିକ୍ତ ଅରକ୍ଷୀ ଅଧିକ୍ଷକ ଦୀପକ କୁମାର ଗୋଛାୟତ ଓ ମୁଖ୍ୟ ବକ୍ତା ବେତନଟୀ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧକ୍ଷ ଡକ୍ଟର ରମାକାନ୍ତ ସିଂହ ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ।

publive-image

ଏକ ବର୍ଣ୍ଣାଢ୍ୟ ଅଧିବେଶନରେ ବେତନଟୀ ବ୍ଲକର ଏକାଧିକ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ଦ୍ୱାରା ଗଠିତ 'ବେତନଟୀ ବ୍ଲକ ପ୍ରେସ କ୍ଳବ' ତରଫରୁ ବୈଶିଙ୍ଗା ସ୍ଥିତ "ଦି ରୟାଲ ବଗିଚା" ମଣ୍ଡପରେ ଜାତୀୟ ପ୍ରେସ ଦିବସ ପାଳନ କରା ଯାଇଥିଲା।

ସଂଘର ସଭାପତି ପ୍ରକାଶ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୂଖ୍ୟ ଅତିଥି ଭାବେ ବଡସାହିର ବିଧାୟକ ସନାତନ ବିଜୁଳି, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ଡଃ. ରମାକାନ୍ତ ସିଂ, ସ୍ୱତନ୍ତ୍ର ଅତିଥି ଭାବେ ମୟୂରଭଞ୍ଜ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦୀପକ କୁମାର ଗୋଚ୍ଛାୟତଙ୍କ ଯୋଗ ଦେଇ ଦୀପ ପ୍ରଜ୍ବଳନ ସହିତ ଜଗନ୍ନାଥଙ୍କ ପାଦପଦ୍ମରେ ପୁଷ୍ପମାଳା ଦେଇ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେl ସମ୍ପାଦକ ଦୀପକ କୁମାର ସିଂହ ବେତନଟୀ ବ୍ଳକ ପ୍ରେସ କ୍ଲବ ର ବିବରଣୀ ପାଠ କରିବା ସହିତ ଆଜିର ଦିବସର ଆଭିମୁଖ୍ୟ ସମ୍ପର୍କରେ ସମ୍ୟକ ଆଲୋକପାତ କରିଥିଲେl ସଂଘର ଉପଦେଷ୍ଟା ସଚ୍ଚିଦାନନ୍ଦ ମହାନ୍ତି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭର ଭୂମିକା ସମ୍ପର୍କରେ ବକ୍ତବ୍ୟ ରଖିଥିଲେl 

ଆଜିର ବୈଠକରେ ସାମ୍ବାଦିକ ସତ୍ୟପ୍ରକାଶ ପ୍ରଧାନ ମଞ୍ଚ ପରିଚାଳନା କରିଥିବାବେଳେ ସାମ୍ବାଦିକ ବିମଳେନ୍ଦୁ ମହାପାତ୍ର, ଅବିନାଶ ପଣ୍ଡା, ରଣଜିତ ନାୟକ, ସୀତାନାଥ ବେହେରା, ସଞ୍ଜୟ କୁମାର ମିଶ୍ର ଦେବବ୍ରତ ପରିଡା, ସତ୍ୟଜିତ ସାହୁ, ରଶ୍ମି ପାଣିଗ୍ରାହୀ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। ତୋଟାପଡା ଆଶ୍ରମ ବିଦ୍ୟାଳୟ ଏବଂ ସେଣ୍ଟ ଜାଭିୟାର ପବ୍ଲିକ ସ୍କୁଲର ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଏବଂ ନୃତ୍ୟ ପରିବେଷଣ କରାଯାଇଥିଲାl ପରିଶେଷରେ ସଂଘର ସଭାପତି ପ୍ରକାଶ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।