କଟକ ଜୁଡିସିଆଲ ଏକାଡେମିରେ ୪୦ ଘଣ୍ଟିଆ ମଧ୍ୟସ୍ଥତା ପ୍ରଶିକ୍ଷଣ କର୍ମଶାଳା

କଟକ: କଟକ ଜୁଡିସିଆଲ ଏକାଡେମିରେ ଆରମ୍ଭ ହେଲା ୪୦ ଘଣ୍ଟିଆ ମଧ୍ୟସ୍ଥତା ପ୍ରଶିକ୍ଷଣ କର୍ମଶାଳା। ଓଡ଼ିଶା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଆଇନ ବିଷୟ ବସ୍ତୁ ଆଧାରିତ ମଧ୍ୟସ୍ଥତା ଜରିଆରେ ମାମଲାର ତ୍ୱରିତ ସମାଧାନ ସମ୍ବନ୍ଧରେ ୪୦ ଘଣ୍ଟିଆ ପ୍ରଶିକ୍ଷଣ କର୍ମଶାଳା ଆରମ୍ଭ ହୋଇଛି। ସୁପ୍ରିମକୋର୍ଟର ବିଚାରପତି ବିନୀତ ସରନ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମ ୫ ଦିନ ଧରି ଚାଲିବ।

ଏହି କର୍ମଶାଳାରେ କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ ଓ ଖୋର୍ଦ୍ଧାରୁ ୬ ଜଣ ଲେଖାଏଁ ୩୦ ଜଣ ବିଚାର ବିଭାଗୀୟ ଅଧକାରୀ ଅଂଶଗ୍ରହଣ କରିଛନ୍ତି। ଏହି ଅଧକାରୀମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର ମଧ୍ୟସ୍ଥତା କେନ୍ଦ୍ରର ବରିଷ୍ଠ ପ୍ରଶିକ୍ଷିକା ମିସ ବୀଣା ରାଲି, ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ଜେପି ସେଙ୍ଗ ମଧ୍ୟସ୍ଥତା ଜରିଆରେ ମାମଲାଗୁଡ଼ିକ କିପରି ସୁଚାର ରୂପେ ସମାଧନ ହୋଇ ପାରିବ ଓ  ଉଭୟ ପକ୍ଷ ଉଚିତ ନ୍ୟାୟ ପାଇ ପାରିବେ ତାହା ପରିଚାଳନା କରିବେ । ତେବେ ଉଦଘାଟନ ସମାରୋହରେ ହାଇକୋର୍ଟରେ ମୁଖ୍ୟ ବିଚାରପତି ଓ ଅନ୍ୟ ବିଚାରପତିମାନେ ଉପସ୍ଥିତ ରହିଥିଲେ।

ସମ୍ବନ୍ଧିତ ଖବର