ଭୁବନେଶ୍ବର : ରାଜ୍ୟରେ ଥିବା ୭ଟି ସରକାରୀ ଓ ୨ଟି ଘରୋଇ ମେଡିକାଲ କଲେଜର ଏମ୍ବିବିଏସ୍ ଓ ବିଡିଏସ୍ ସିଟ୍ ପାଇଁ ନାମଲେଖା ଆଜି ଶେଷ ହୋଇଛି। ଦ୍ବିତୀୟ ପର୍ଯ୍ୟାୟ ସ୍ପଟ୍ କାଉନସେଲିଂ ପରେ ସମସ୍ତ ସରକାରୀ ମେଡିକାଲ କଲେଜର ଏମ୍ବିବିଏସ୍ ଓ ବିଡିଏସ୍ ସିଟ୍ ପୂରଣ ହୋଇଛି। ଏନ୍ଆର୍ଆଇ କୋଟାରେ ରାଉରକେଲା ହାଇଟେକ୍ ମେଡିକାଲ କଲେଜର ୧୧ଟି ଓ ଭୁବନେଶ୍ବର ହାଇଟେକ୍ ମେଡିକାଲ କଲେଜର ୧୫ଟି ଏମ୍ବିବିଏସ୍ ସିଟ୍ ଖାଲି ରହିଥିବା ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି।
ମେଡିକାଲ ନାମଲେଖା : ସ୍ପଟ୍ କାଉନସେଲିଂ ଶେଷ
/sambad/media/post_attachments/wp-content/uploads/2019/08/medi-1.jpg)