ମେଡିକାଲ ନାମଲେଖା; ପ୍ରୋଭିଜନାଲ ମେଧା ତାଲିକା ପ୍ରକାଶ: ୪୭୬୬ ଛାତ୍ରଛାତ୍ରୀ ‌ଯୋଗ୍ୟ

ଭୁବନେଶ୍ବର : ଏମ୍‌ବିବିଏସ୍‌ ଓ ବିଡିଏସ୍‌ ପାଠ୍ୟକ୍ରମରେ ନାମଲେଖା ପାଇଁ ସୋମବାର ପ୍ରୋଭିଜନାଲ୍‌ ରାଜ୍ୟ ମେଧା ତାଲିକା ପ୍ରକାଶ ପାଇଛି। ସନ୍ଧ୍ୟାରେ ପ୍ରକାଶିତ ଏହି ତାଲିକାରେ ୪୭୬୬ ଜଣ ଛାତ୍ରଛାତ୍ରୀ ନାମଲେଖା ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି। ମୋଟ ସିଟ୍‌ ମଧ୍ୟରୁ ୮୫% ସିଟ୍‌ ରାଜ୍ୟ କୋଟାରେ ନାମଲେଖା ହେବ। ବାକି ୧୫% ସିଟ୍‌ ଏନ୍‌ଆରଆଇ କୋଟା ପାଇଁ ରହିଛି। ଯଦି କୌଣସି ଛାତ୍ରଛାତ୍ରୀ ଭୁଲ୍‌ କିମ୍ବା ବିଭ୍ରାନ୍ତିକର ତଥ୍ୟ ଦେଇଥିବ‌ା ଦୃଷ୍ଟିକୁ ଆସନ୍ତି ତେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କୌଣସି ପ୍ରାର୍ଥୀଙ୍କ ନିକଟକୁ ଅଲଗା ଇଣ୍ଟିମେସନ ପଠାଯିବ ନାହିଁ। ପ୍ରାର୍ଥୀଙ୍କର ରୢାଙ୍କ/ମେଧା ତାଲିକା ନେଇ କିଛି ଦ୍ବନ୍ଦ୍ବ, ଅଭିଯୋଗ କିମ୍ବା ଜାଣିବାର ଥିଲେ ସେମାନେ ଆସନ୍ତା ଦୁଇ ଦିନ ମଧ୍ୟରେ ଓଜେଇଇ ସେଲ୍‌ ସହ ଯୋଗାଯୋଗ କରିପାରିବେ।

ପ୍ରଥମ ପର୍ଯ୍ୟାୟ ନାମ ପଞ୍ଜୀକରଣ, ଡକ୍ୟୁମେଣ୍ଟ ଯାଞ୍ଚ ପରେ ୨୦୨୧-୨୨ ଶିକ୍ଷାବର୍ଷରେ ଏମ୍‌ବିବିଏସ୍‌ ଓ ବିଡିଏସ୍‌ ପାଠ୍ୟକ୍ରମରେ ପଢ଼ିବା ଲାଗି ଉକ୍ତ ଛାତ୍ରଛାତ୍ରୀ ଯୋଗ୍ୟତା ଅର୍ଜନ କରିଛନ୍ତି। ଯୋଗ୍ୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାଧାରଣ ବର୍ଗ ଇଡବ୍ଲୁଏସ୍‌ର ୫୧୪, ଏସ୍‌ସି ବର୍ଗର ୫୪୪ ଜଣ ଥିବା ବେଳେ ଏସ୍‌ଟି ବର୍ଗର ୪୩୪, ଜିସି ବର୍ଗର ୪୭୫, ଏସ୍‌ଜିଏସ୍‌ ବର୍ଗର ୫୫୫, ଭିନ୍ନକ୍ଷମ ବର୍ଗର ୨୮, ଏକ୍ସ-ସର୍ଭିସ୍‌ ମ୍ୟାନ୍‌ ବର୍ଗର ୨୬, ଏନ୍‌ଆରଆଇ ବର୍ଗର ୨୭ ଜଣ ଛାତ୍ରଛାତ୍ରୀ ରହିଛନ୍ତି। ୨୭ ତାରିଖରେ ପଞ୍ଜୀକୃତ ହୋଇଥିବା ପ୍ରାର୍ଥୀଙ୍କୁ ନେଇ ଚୂଡ଼ାନ୍ତ ମେଧା ତାଲିକା ପ୍ରକାଶ କରାଯିବ। ଜାନୁଆରି ୨୯ କିମ୍ବା ୩୦ ତାରିଖରେ ଚଏସ୍‌ ଫିଲିଂ, ସିଟ୍‌ ଆଲଟ୍‌ମେଣ୍ଟ ହୋଇପାରେ ବୋଲି ଓଜେଇଇ ଅଧ୍ୟକ୍ଷ ସୁଦୀପ୍‌ କୁମାର ଚ‌ାନ୍ଦ କହିଛନ୍ତି।

ସମ୍ବନ୍ଧିତ ଖବର