ସରିଲା ମେଡିକାଲ ନାମଲେଖା

ଭୁବନେଶ୍ବର : ରାଜ୍ୟରେ ଥିବା ସମସ୍ତ ସରକାରୀ ‌ମେଡିକାଲ କଲେଜରେ ନାମଲେଖା ଶେଷ ହୋଇଛି। ଶେଷ ପର୍ଯ୍ୟାୟରେ ଖାଲିଥିବା ୧୧ଟି ଏମ୍‌ବିବିଏସ୍‌ ସିଟ୍‌ ପାଇଁ ଆଜି ପୁଣିଥରେ କାଉନସେଲିଂ ହୋଇଥିଲା। ଏଥିରେ ଏସ୍‌ସିବି ମେଡିକାଲ କଲେଜର ୬ଟି, ବଲାଙ୍ଗୀର ମେଡିକାଲ କଲେଜର ୨ଟି, ଭିଏସ୍‌ଏସ୍‌ ବୁର୍ଲା, ବାରିପଦା ମେଡିକାଲ କଲେଜ ଓ ବା‌‌ଲେଶ୍ବର ମେଡିକାଲ କଲେଜର ଗୋଟିଏ ଲେଖାଏଁ ସିଟ୍‌ରେ ନାମଲେଖା ହୋଇଛି। ପୂର୍ବରୁ ଏସ୍‌ସିବି ଡେଣ୍ଟାଲ କଲେଜ ଓ ଘରୋଇ ମେଡିକାଲ କଲେଜର ଏମ୍‌ବିବିଏସ୍‌ ଏବଂ ବିଡିଏସ୍‌ ସିଟ୍‌ଗୁଡ଼ିକ ପୂରଣ ହୋଇସାରିଛି।

ସମ୍ବନ୍ଧିତ ଖବର