ଭୁବନେଶ୍ବର : ଏମ୍ବିବିଏସ୍ ଓ ବିଡିଏସ୍ ପାଠ୍ୟକ୍ରମରେ ନାମଲେଖା ଲାଗି ବୁଧବାରଠାରୁ ଚଏସ୍ ଫିଲିଂ ଓ ଲକିଂ ଆରମ୍ଭ ହେବ। ପୂର୍ବାହ୍ନ ୧୦ଟାରୁ ଫେବ୍ରୁଆରି ୩ ତାରିଖ ରାତି ୧୧ଟା ୫୯ ସୁଦ୍ଧା ପଞ୍ଜୀକରଣ କରିଥିବା ଛାତ୍ରଛାତ୍ରୀ ଚଏସ୍ ଫିଲିଂ ଓ ଲକିଂ କରିପାରିବେ। ୫ ତାରିଖରେ ପ୍ରଥମ ପର୍ଯ୍ୟାୟ ଅଲଟ୍ମେଣ୍ଟ ଅନୁଷ୍ଠିତ ହେବ ଏବଂ ପ୍ରାର୍ଥୀମାନେ ଆଲଟ୍ମେଣ୍ଟ ଲେଟର୍ ଡାଉନ୍ଲୋଡ୍ କରିପାରିବେ। ଫେବ୍ରୁଆରି ୭ରୁ ୧୨ ତାରିଖ ସନ୍ଧ୍ୟା ୫ଟା ମଧ୍ୟରେ ଯୋଗ୍ୟ ପ୍ରାର୍ଥୀମାନେ ଗଣ୍ଡମୁଣ୍ଡାସ୍ଥିତ ଓଜେଇଇ ସେଲ୍ରେ ରିପୋର୍ଟିଂ କରିପାରିବେ କିମ୍ବା ଉକ୍ତ ଦିନ ରାତି ୮ଟା ସୁଦ୍ଧା ନାମଲେଖା ପ୍ରକ୍ରିୟାରୁ ଓହରିପାରିବେ। ପ୍ରଥମ ପର୍ଯ୍ୟାୟ କାଉନସେଲିଂ ପରେ ଖାଲି ଥିବା ସିଟ୍ ସମ୍ପର୍କରେ ୧୪ ତାରିଖରେ ଓଜେଇଇ ୱେବସାଇଟ୍ରେ ଉଲ୍ଲେଖ ହେବ। ୧୫ ଓ ୧୬ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ପଞ୍ଜୀକରଣ ଓ ଅନ୍ଲାଇନ୍ ଆବେଦନ ଏବଂ ଅନ୍ଲାଇନ୍ ଯାଞ୍ଚ ଲାଗି ଡକ୍ୟୁମେଣ୍ଟ ଅପ୍ଲୋଡ୍ କରିପାରିବେ।
୧୦ରୁ ଆରଟିଇରେ ଅନ୍ଲାଇନ ନାମଲେଖା
ଭୁବନେଶ୍ବର : ଶିକ୍ଷା ଅଧିକାର ଆଇନ (ଆରଟିଇ)ରେ ଘରୋଇ ଏବଂ ଅଣଅନୁଦାନପ୍ରାପ୍ତ ସ୍କୁଲରେ ଆର୍ଥିକ ଭାବରେ ଦୁର୍ବଳ ବିଦ୍ୟାର୍ଥୀଙ୍କ ଅନ୍ଲାଇନ ନାମଲେଖା ଆସନ୍ତା ୧୦ ତାରିଖରୁ ଆରମ୍ଭ ହେବ। ଏସଂକ୍ରାନ୍ତରେ ପ୍ରଚାର ପ୍ରସାର କରି ପ୍ରକୃତ ବିଦ୍ୟାର୍ଥୀ କିଭଳି ଏହାର ଲାଭ ନେଇପାରିବେ ସେ ବ୍ୟବସ୍ଥା କରିବାକୁ ଶିଶୁ ସୁରକ୍ଷା କମିସନଙ୍କୁ ଚିଠି କରାଯାଇଛି। ପ୍ରାଥମିକ ଶିକ୍ଷା ନିର୍ଦେଶକ ଏହି ଚିଠି କରିଛନ୍ତି।