ଚିତ୍ତଜ୍ଞାନୀ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଚିକିତ୍ସା ଶିବିର

ସବଡେଗା (ସୁନ୍ଦରଗଡ଼) : ସୁନ୍ଦରଗଡ଼ ଜିଲ୍ଲାର ସବଡେଗା ବ୍ଲକ୍‌ ନିଉ ଓଡ଼ିଶା ହାଇସ୍କୁଲ ପରିସରରେ ଚିତ୍ତଜ୍ଞାନୀ ଚାରିଟେବଲ ଟ୍ରଷ୍ଟ ଆନୁକୂଲ୍ୟରେ ୪୫ତମ ବିଶାଳ ନିଃଶୁଳ୍କ ସ୍ବାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଏକ ହଜାରରୁ ଅଧିକ ରୋଗୀଙ୍କୁ ମାଗଣାରେ ଡାକ୍ତରୀ ପରାମର୍ଶ ସହ ଔଷଧ ଓ ଚଷମା ବଣ୍ଟନ କରାଯାଇଥିଲା। ରୋଗୀମାନଙ୍କ ଏଣ୍ଡୋସ୍କୋପି, ଇସିଜି ସମେତ ବିଭିନ୍ନ ପ୍ରକାର ରକ୍ତ ପରୀକ୍ଷା ମଧ୍ୟ ନିଃଶୁଳ୍କ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ସୁନ୍ଦରଗଡ଼ ଜିଲ୍ଲାପାଳ ଡା. ଗାଭାଲି ପରାଗ ହର୍ଷଦ ଶିବିରକୁ ଉଦ୍‌ଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଜଜ୍‌ ଶୁଭଦର୍ଶୀ ପଟ୍ଟନାୟକ, ବିଜୁ ପଟ୍ଟନାୟକ ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଡା. ଦତ୍ତେଶ୍ବର ହୋତା, ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ ସତ୍ୟବାନ ମହାଜନ, ଡିଏଫ୍‌ଓ ପ୍ରଦୀପ ମିରାସେ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ସରୋଜ କୁମାର ମିଶ୍ର, ସୁନ୍ଦରଗଡ଼ ମେଡିକାଲ କଲେଜ ଅଧ୍ୟକ୍ଷ ଓ ଡିନ୍‌ ପ୍ରଫେସର ଦୈତ୍ୟାରି ରାଉତରାୟ, ସବଡେଗା ବିଡିଓ ସୁଶ୍ରୀ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ତା ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଶିବିରରେ କଟକ, ଭୁବନେଶ୍ବର, ବୁର୍ଲା ଓ ସମ୍ବଲପୁର ଜିଲ୍ଲାର ବିଶେଷଜ୍ଞ ଡାକ୍ତରମାନେ ରୋଗୀ ପରୀକ୍ଷା କରିଥିଲେ। । ଶିବିରରେ ପ୍ରଫେସର ଡାକ୍ତର ଦତ୍ତେଶ୍ବର ହୋତାଙ୍କ ନେତୃତ୍ବରେ କଟକରୁ ମୂତ୍ରରୋଗ ବିଶେଷଜ୍ଞ ଡା. ଜୀବନଜ୍ୟୋତି ମିଶ୍ର, ପାଥୋଲୋଜିର ଡା. ସୁଜାତା ପୂଜାରୀ, ଚକ୍ଷୁ ବିଶେଷଜ୍ଞ ଡା. ସିଦ୍ଧାର୍ଥ ଦାସ, କାର୍ଡିଓଲୋଜିର ଡା. ସତ୍ୟ ରାଉତରାୟ, ନେଫ୍ରୋଲୋଜି ବିଶେଷଜ୍ଞ ଡା. ଦେବାଶିଷ ମୋହାଲି, ଗ୍ୟାଷ୍ଟ୍ରୋ ବିଶେଷଜ୍ଞ ଡ. ରାକେଶ ମହାନ୍ତି, ଡର୍ମାଟୋଲୋଜିଷ୍ଟ ଡା. ପ୍ରସନ୍ନଜିତ ମହାନ୍ତି, ଡା. ବିବି ନାୟକ ଓ ପିଜିଓଥେରାପିଷ୍ଟ ରବି ଦାସ, ବୁର୍ଲାରୁ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡା. ଓଜସ୍ବିନୀ ପଟେଲ, ସମ୍ବଲପୁରରୁ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଦେବାଶିଷ ବେହେରା, ଦନ୍ତ ବିଭାଗର ଡା. କମଳିତ ବର୍ମା ଓ ସହକାରୀମାନେ, ଭୁବନେଶ୍ବରରୁ ଇଏନ୍‌ଟି ବିଶେଷଜ୍ଞ ଡା. ପ୍ରଶାନ୍ତ ମିଶ୍ର, ଭେଷଜ ବିଶେଷଜ୍ଞ ଡା. ସୁଚରିତା ଦାସ, ଡା. ସିଦ୍ଧାର୍ଥ ମହାନ୍ତି, ଡା. ସିଦ୍ଧାନ୍ତ କର, ଡା. ଜେ କିଶୋର, ଶିଶୁ ବିଶେଷଜ୍ଞ ଡା. ଅରକ୍ଷିତ ସ୍ବାଇଁ ଓ ଡା. ଲିଙ୍ଗରାଜ ପ୍ରଧାନ ରୋଗୀଙ୍କ ଚିକିତ୍ସା କରିଥିଲେ। ‘ଟ୍ରଷ୍ଟର ଏହା ୪୫ତମ ନିଃଶୁଳ୍କ ସ୍ବାସ୍ଥ୍ୟ ଶିବିର। ଉପାନ୍ତ ଅଞ୍ଚଳର ଗରିବ ଜନସାଧାରଣଙ୍କୁ ତାଙ୍କ ପାଖକୁ ଯାଇ ଉତ୍ତମ ଚିକିତ୍ସା ଯୋଗାଇଦେବା ଏହି ଶିବିରର ଉଦ୍ଦେଶ୍ୟ ବୋଲି ପ୍ରଫେସର ଡା. ହୋତା କହିଥିଲେ।

ସମ୍ବନ୍ଧିତ ଖବର