ଭୁବନେଶ୍ୱର : ରାଜ୍ୟରେ ସବୁ ସରକାରୀ ମେଡ଼ିକାଲ କଲେଜଗୁଡ଼ିକରେ କାର୍ଯ୍ୟ କରୁଥିବା ଚୁକ୍ତିଭିତ୍ତିକ ପ୍ରଫେସର, ଆସୋସିଏଟ ପ୍ରଫେସର ଏବଂ ସହକାରୀ ପ୍ରଫେସରଙ୍କର ମାସିକ ଦରମା ବୃଦ୍ଧି ହୋଇଛି ବୋଲି ମଙ୍ଗଳବାର ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କର ଅନୁମୋଦନ କ୍ରମେ ଏହି ଦରମା ବୃଦ୍ଧି କରାଯାଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇନ ମନ୍ତ୍ରୀ ପ୍ରତାପ ଜେନା ପ୍ରକାଶ କରିଛନ୍ତି ।
/sambad/media/post_attachments/wp-content/uploads/2018/01/health-minister-300x300.png)
ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତ ଯେ, ସରକାରୀ ମେଡ଼ିକାଲ କଲେଜମାନଙ୍କରେ କାର୍ଯ୍ୟ କରୁଥିବା ପ୍ରଫେସର, ଆସୋସିଏଟ ପ୍ରଫେସର ଏବଂ ସହକାରୀ ପ୍ରଫେସରମାନଙ୍କର ମାସିକ ଦରମା ଯଥାକ୍ରମେ ୯୦ ହଜାର, ୭୫ହଜାର ଏବଂ ୬୦ ହଜାର ଟଙ୍କା ଥିଲା। ବର୍ତ୍ତମାନ ତାହା ବୃଦ୍ଧି ପାଇ ଯଥାକ୍ରମେ ମାସିକ ଏକ ଲକ୍ଷ ୨୫ ହଜାର, ଏକ ଲକ୍ଷ ଓ ୭୫ହଜାର ହୋଇଛି। ଏଥିସହ ସେମାନଙ୍କ କାମ ସନ୍ତୋଷଜନକ ହେଲେ ଦରମା ବାର୍ଷିକ ୩ ପ୍ରତିଶତ ଲେଖାଏଁ ବୃଦ୍ଧି କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/scb-2.jpg)