୩୧୬୯ ଛାତ୍ରଛାତ୍ରୀଙ୍କୁ ମେଡିକାଲ୍‌ ସିଟ୍‌ ଆବଣ୍ଟନ

ଭୁବନେଶ୍ୱର : ରାଜ୍ୟର ୮ଟି ମେଡିକାଲ କଲେଜରେ ଥିବା ଏମ୍‌ବିବିଏସ୍‌ ଏବଂ ୨ଟି କଲେଜରେ ଥିବା ବିଡିଏସ୍‌ ସିଟ୍‌ରେ ନାମ ଲେଖାଇବା ପାଇଁ ପ୍ରଥମ ପର୍ଯ୍ୟାୟରେ ୩୧୬୯ ଜଣ ଛାତ୍ରଛାତ୍ରୀଙ୍କୁ ସିଟ୍‌ ଆବଣ୍ଟନ ହୋଇଛି। ସର୍ବଭାରତୀୟ କାଉନସେଲିଂ ପରେ ରାଜ୍ୟ କୋଟାରେ ପଡ଼ିଥିବା ୧୧୩୩ଟି ସିଟ୍‌ ପାଇଁ ୪୪୩୩ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ଏଥିପାଇଁ ଜୁନ୍‌ ୨୦ରୁ ୨୫ତାରିଖ ପର୍ଯ୍ୟନ୍ତ ଅନଲାଇନ୍‌ ପଞ୍ଜୀକରଣ ଆହ୍ଵାନ କରାଯାଇଥିଲା। ୨୬ରୁ ୨୯ତାରିଖ ପର୍ଯ୍ୟନ୍ତ ଡକୁମେଣ୍ଟ ଯାଞ୍ଚ ପରେ ଆଜି ରାଜ୍ୟ ମେରିଟ୍‌ ତାଲିକା ପ୍ରକାଶ ପାଇଛି। ଜୁଲାଇ ୧ ଓ ୨ତାରିଖ ମଧ୍ୟରେ ଛାତ୍ରଛାତ୍ରୀଙ୍କୁ ଚଏସ୍‌ ଲକିଂ କରିବାକୁ କୁହାଯାଇଛି। ଜୁଲାଇ ୪ରେ ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇବା ପାଇଁ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ତାଲିକା ପ୍ରକାଶ ପାଇବ। ଜୁଲାଇ ୫ରୁ ୯ ମଧ୍ୟରେ ଓଜେଇଇ ଗଣ୍ଡମୁଣ୍ଡା ସେଲ୍‌ରେ ଛାତ୍ରଛାତ୍ରୀମାନେ ନାମ ଲେଖାଇବେ। ଜୁଲାଇ ୧୨ତାରିଖ ସୁଦ୍ଧା ଛାତ୍ରଛାତ୍ରୀ କଲେଜରେ ଯୋଗଦେବେ। ଜୁଲାଇ ୨୪ରେ ଖାଲିପଡ଼ିଥିବା ସିଟ୍‌ ତାଲିକା ପ୍ରକାଶ ପାଇବ। ଏହାପରେ ନାମ ଲେଖା ପ୍ରକ୍ରିୟା ହେବ। ଅଗଷ୍ଟ ୧ରୁ ପାଠପଢ଼ା ଆରମ୍ଭ ହେବ।

ସମ୍ବନ୍ଧିତ ଖବର