ଏପ୍ରିଲରେ ମେଡିକାଲ ସ୍ପଟ୍‌ ନାମଲେଖା

ଭୁବନେଶ୍ବର : ଏମ୍‌ବିବିଏସ୍‌ ଓ ବିଡିଏସ୍‌ ପାଠ୍ୟକ୍ରମ ପାଇଁ ଏପ୍ରିଲ ପ୍ରଥମ ସପ୍ତାହରେ ସ୍ପଟ୍‌ ନାମଲେଖା ଅନୁଷ୍ଠିତ ହେବ। ସରକାରୀ ଓ ଘରୋଇ ମେଡିକାଲ କଲେଜର ରାଜ୍ୟ କୋଟାରେ ଥିବା ୧୪୬୬ ସିଟ୍‌ ମଧ୍ୟରୁ ୧୪୩୯ଟି ପୂରଣ ହୋଇଛି। ଆଉ ୨୭ଟି ସିଟ୍‌ ବାକି ରହିଛି। ସେଥିରେ ଏମ୍‌ବିବିଏସ୍‌ର ୧୨ଟି ଓ ବିଡିଏସ୍‌ର ୧୫ଟି ସିଟ୍‌ ରହିଛି।

ଓଜେଇଇ ପକ୍ଷରୁ ମିଳିଥିବା‌ ସୂଚନା ଅନୁଯାୟୀ ଏସ୍‌ସିବି ମେଡିକାଲ କଲେଜର ୨୧୨ ଓ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର ୨୧୩ଟି ଏମ୍‌ବିବିଏସ୍‌ ସିଟ୍‌ ପୂରଣ ହୋଇଛି। ସେହିପରି ଭିମ୍‌ସାର ବୁର୍ଲା, ବାରିପଦା ମେଡିକାଲ କଲେଜ, କୋରାପୁଟ ମେଡିକାଲ କଲେଜ, ବଲାଙ୍ଗୀର ଓ ପୁରୀ ମେଡିକାଲ କଲେଜର ସମସ୍ତ ସିଟ୍‌ ପୂରଣ ହୋଇଯାଇଛି। ଫକୀର ମୋହନ ମେଡିକାଲ କଲେଜର ଗୋଟିଏ, ହାଇଟେକ୍‌ ଭୁବନେଶ୍ବରର ୩ଟି, ହାଇଟେକ୍‌ ରାଉରକେଲାର ୮ଟି ଏମ୍‌ବିବିଏସ୍‌ ସିଟ୍‌ ଖାଲି ରହିଛି। ବିଡିଏସ୍‌ ପାଠ୍ୟକ୍ରମରେ ଏସ୍‌ସିବି ମେଡିକାଲ କଲେଜର ୫୪ସିଟ୍‌ ପୂରଣ ହୋଇଯାଇଥିବା ବେଳେ ହାଇଟେକ୍‌ ମେଡିକାଲ କଲେଜରେ ୧୫ଟି ସିଟ୍‌ ଖା‌ଲି ପଡ଼ିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର