ରାଜ୍ୟ ସରକାରଙ୍କ ନୂଆବର୍ଷ ଭେଟି: ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ ବଢ଼ିଲା

ଭୁବନେଶ୍ୱର: ରାଜ୍ୟ ସରକାର ସୋମବାର ନୂଆବର୍ଷ ଉପଲକ୍ଷେ ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ ବୃଦ୍ଧି କରିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି ଯେ, କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ, ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ବୁର୍ଲାସ୍ଥିତ ବୀରସୁରେନ୍ଦ୍ର ସାଏ ମେଡିକାଲ କଲେଜ ଓ ହସ୍ପିଟାଲରେ କାର୍ଯ୍ୟରତ ସର୍ଜନଙ୍କ ଷ୍ଟାଇପେଣ୍ଡ ବଢ଼ିଛି। ପୂର୍ବରୁ ଏମାନଙ୍କ ଷ୍ଟାଇପେଣ୍ଡ ୧୫,୦୦୦ଟଙ୍କା ଥିବା ବେଳେ ଏଣିକି ୨୦,୦୦୦ଟଙ୍କା ମିଳିବ।

ସମ୍ବନ୍ଧିତ ଖବର