ମନୋଜ ଦାସଙ୍କ ଚିକିତ୍ସା ପାଇଁ ଡାକ୍ତରୀ ଦଳ ଗଠନ କଲା କେନ୍ଦ୍ର

ଜିପ୍‌ମାର୍‌ର ୪ ଡାକ୍ତରଙ୍କୁ ଦାୟିତ୍ବ ଦେଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ବର : ପ୍ରଖ୍ୟାତ ଲେଖକ ପଦ୍ମଭୂଷଣ ମନୋଜ ଦାସଙ୍କ ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିବା ପାଇଁ ଆଜି କେନ୍ଦ୍ର ସରକାର ଏକ ୪ ଜଣିଆ ଡାକ୍ତରୀଦଳ ଗଠନ କରିଛନ୍ତି। ପୁଡ଼ୁଚେରିସ୍ଥିତ ଜବାହରଲାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପୋଷ୍ଟଗ୍ରାଜୁଏଟ୍‌ ମେଡିକାଲ୍‌ ହେଲ୍‌ଥ ଆଣ୍ଡ୍‌ ରିସର୍ଚ୍ଚ (ଜିପ୍‌ମାର୍‌)ର ୪ ଜଣିଆ ଡାକ୍ତରୀ ଦଳଙ୍କୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଚିକିତ୍ସା ଦାୟିତ୍ବ ପ୍ରଦାନ କରିଛନ୍ତି। କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଏ ନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଏହାପରେ ‌ସ୍ବାସ୍ଥ୍ୟମନ୍ତ୍ରୀ ଏହି ପଦକ୍ଷେପ ନେଇଛନ୍ତି ବୋଲି ‌ଶ୍ରୀ ଷଡ଼ଙ୍ଗୀ ଟ୍ବିଟ୍ କରି ଜଣାଇଛନ୍ତି।

ସୂଚନାଯୋଗ୍ୟ, ପଦ୍ମଭୂଷଣ ମନୋଜ ଦାସ ଅସୁସ୍ଥ ହୋଇ ପଡ଼ିବାରୁ ଦୀର୍ଘଦିନ ହେଲା ଶ୍ରୀଅରବିନ୍ଦ ଆଶ୍ରମ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏବେ ଏହି ଡାକ୍ତରୀଦଳ ତାଙ୍କର ଚିକିତ୍ସା ଦାୟିତ୍ବ ଭଲ ଭାବେ ବୁଝିବେ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର