ନଦୀପାର ହୋଇ ୨କିମି ଚାଲିଚାଲି ଡାକ୍ତର ଟିମ ଗଲେ ଅପହଞ୍ଚ ଇଲାକା ମାଝୀସାହି

କାମାକ୍ଷାନଗର: ଦମନ ଫିଲ୍ମ ଦେଖିବା ପରେ ସ୍ୱାସ୍ଥ୍ୟ ବିଭାଗ ଢେର ଉତ୍ସାହ ଲାଗିଛି। ଅପହଞ୍ଚ ଇଲାକାକୁ ଯାଇ ଲୋକମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଦେଖୁଛନ୍ତି ମେଡ଼ିକାଲ କର୍ତ୍ତୃପକ୍ଷ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କାନପୁରା ପଞ୍ଚାୟତ ଗୁଣ୍ଡିଚାନାଳୀର ଅପହଞ୍ଚ ଇଲାକା ମାଝୀସାହିକୁ ଆଜି ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ମେଡ଼ିକାଲ ଅଫିସର ପ୍ରମିଲ ପ୍ରଧାନଙ୍କ ଟିମ ରାମିଆଳ ନଦୀ ପାରିହେବା ସାଙ୍ଗକୁ ଚାଲି ଚାଲି ୨ କିମି ରାସ୍ତା ଗଲା ପରେ ମାଝୀସାହି ଗାଁରେ ପହଂଚି ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଦେଖିଲେ।

ମ୍ୟାଲେରିଆ ଦମନ କାର୍ଯ୍ୟକ୍ରମ ସାଙ୍ଗକୁ ବିଭିନ୍ନ ପ୍ରକାର ଚିକିତ୍ସା କରିଥିଲେ ଡାକ୍ତରୀ ଟିମ। ଗାଁ ଲୋକମାନେ ମଧ୍ୟ ବେଶ ଖୁସୀ ଅନୁଭବ କରିଥିଲେ। ସେମାନଙ୍କ ହାତ ପାହାନ୍ତାରେ ମେଡ଼ିକାଲ ଟିମ ପହଂଚି ଥିବାରୁ। ଡାକ୍ତର ପ୍ରମିଳ କୁମାର ପ୍ରଧାନଙ୍କ ନେତୃତ୍ୱରେ ଏହି ମେଡ଼ିକାଲ ଟିମ ଅପହଞ୍ଚ ଗାଁକୁ ଯାଇ ଚିକିତ୍ସା କରିଥିଲେ ନଦୀ ପାରି ହେବା ସହିତ ଚାଲି ଚାଲି ଯାଇକି। ଗାଁ ଲୋକଙ୍କ ଦୁଃଖ ହେଲା ରାମିଆଳ ନଦୀ ବର୍ଷର ବର୍ଷା ୪ମାସ ଉଛୁଳା ନଦୀରେ ବିପଦ ପୂର୍ଣ ଭାବରେ ଜଳାଯାତ୍ରା କରି ଗୁଣ୍ଡିଚାନାଳୀ ଆସିବା ପରେ ସେଠାରୁ ୭ କିମି ଦୂର ଭଲ ରାସ୍ତାରେ କାମାକ୍ଷାନଗର ଆସିବାକୁ ହୋଇଥାଏ।

ବାଉଁଶପାଳ ଦେଇ ଯାଇଥିବା ପାହାଡ଼ି ରାସ୍ତା ଅତ୍ୟନ୍ତ ଦୁର୍ଗମ ଆଉ ପଥୁରିଆ ସାଙ୍ଗକୁ ବହୁତ ଦୂର ହୋଇଥାଏ ତେଣୁ ନଦୀ ପାର ହୋଇଗଲେ ସେମାନଙ୍କୁ ସୁବିଧା। ପାହାଡ଼ି ରାସ୍ତାରେ ବାଟ ଦୁରିଆ ସାଙ୍ଗକୁ ଦୁର୍ଗମ ତେଣୁ ସେହି ରାସ୍ତାରେ ଯାତାୟତ କରନ୍ତି ନାହିଁ ନଦୀରେ ବିପଦ ଥିଲେ ବି ନଦୀ ଯାତ୍ରା କରିବାକୁ ବାଧ୍ୟ ହୋଇଥାନ୍ତି । ଏଠାରେ ସେତୁଟିଏ ନିର୍ମାଣ ପାଇଁ ବାରମ୍ବାର ଦାବି କରି ଆସୁଛନ୍ତି ଏହି ଦୁର୍ଗମ ଅଂଚଳର ଲୋକମାନେ। ଆଜି ମେଡ଼ିକାଲ ଟିମରେ ଡ଼ଃ ସୁନାଲି ବରାଳଙ୍କ ସମେତ ଅନ୍ୟମାନେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର