କେନ୍ଦୁଝର: ୪ ଦିନ ତଳେ ଦୁବାଇ ଫେରନ୍ତା ଯୁବକଙ୍କ ଡାକ୍ତରୀ ପରୀକ୍ଷା କରିବାକୁ ନେଇ କେନ୍ଦୁଝର ଟାଉନ ଥାନା ଗମ୍ଭାରିଆ ଗାଁରେ ଉଦବେଗଜନକ ପରିସ୍ଥିତି ସୃଷ୍ଟି ହୋଇଛି। ଯୁବକଙ୍କ ଡାକ୍ତରୀ ପରୀକ୍ଷା କରିବାକୁ ଗାଁ ଲୋକେ ଅଡ଼ି ବସିଥିବା ବେଳେ ଏଥିନେଇ ଉକ୍ତ ଯୁବକ ରାଜି ହେଉ ନଥିବାରୁ ଏଭଳି ଘଟଣା ଉପୁଜିଛି।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ଅନୁଯାୟୀ କେନ୍ଦୁଝର ଟାଉନ ଥାନା ଗମ୍ଭାରିଆ ଗାଁରେ ଜଣେ ବ୍ୟକ୍ତିଙ୍କ ଜ୍ୱାଇଁ ଦୁବାଇରୁ ଫେରି ୪ ଦିନ ହେବ ଶ୍ୱଶୁର ଘରେ ଥିଲେ। ଗତକାଲି ଘଟଣା ଜଣାପଡ଼ିବା ପରେ ଯୁବକଙ୍କ ଡାକ୍ତରୀ ପରୀକ୍ଷା କରିବାକୁ ଗାଁ ଲୋକେ ଅଡ଼ି ବସିଥିଲେ। ଲୋକଙ୍କ ଜିଦ୍ ପରେ ସମ୍ପୃକ୍ତ ଯୁବକଙ୍କୁ ଏକ ଘରେ ଆଇସୋଲେସନରେ ରଖାଯାଇଛି। ଗତକାଲି ଡାକ୍ତରୀ ଟିମ୍ ଗାଁରେ ପହଞ୍ଚି ସମ୍ପୃକ୍ତ ଯୁବକଙ୍କୁ ବୁଝାଶୁଝା କରିଥିଲେ। ଏହାପରେ ଆଜି ଡାକ୍ତରୀ ଟିମ୍ ଉକ୍ତ ଯୁବକଙ୍କର ପରୀକ୍ଷା କରିବ ବୋଲି ସୂଚନା ମିଳିଛି। ଏହାକୁ ନେଇ ଗାଁରେ ଅସନ୍ତୋଷ ଦେଖା ଦେଇଥିଲା।
ତେବେ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିବା ଜଣାଯାଇଛି। ତେବେ ଡାକ୍ତରୀ ଟିମ୍ ପହଞ୍ଚିବା ପରେ ଆଜି ତାଙ୍କର ପରୀକ୍ଷା କରିବା ପରେ ସେଠାରେ ପରିବେଶ ଶାନ୍ତ ପଡ଼ିବ ବୋଲି ଗ୍ରାମବାସୀମାନେ କହିଛନ୍ତି।