ଜୟପୁର: ଗତ ୨୦୨୦-୨୧ଆର୍ଥିକ ବର୍ଷରେ ରାଜ୍ୟ ସରକାରଙ୍କ ସହରାଂଚଳ ବନୀକରଣ ଯୋଜନାରେ ଜୟପୁର ବନଖଣ୍ଡ ପକ୍ଷରୁ ପେନାଙ୍ଗୀ –ଖ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ(ମକାପୁଟ) ଯିବା ରାସ୍ତାରେ ଅରୋଗ୍ୟ ବନ କରାଯାଇଥିଲା। ଏହା ପରିସରରେ ଲଗାଯାଇଥିଲା ୧୦୦ରକମର ୪ହଜାର ୪୦୦ ଔଷଧୀୟ ବୃକ୍ଷ ।  ଉଦ୍ଧେଶ୍ୟ ରହିଥିଲା ସହରର ଲୋକେ ସକାଳୁ ଓ ସଂଧ୍ୟାରେ ଏହି ଆରୋଗ୍ୟବନର ୩ଏକର ପରିଧିରେ ବୁଲି ଔଷଧୀୟ ଗଛ ଗୁଡିକର ପ୍ରାକୃତିକ ବାସ୍ନାରେ ନିଜକୁ ସୁସ୍ଥ ଅନୁଭବ କରିବେ। ଏହି ପରିସରରେ  ୭୦୦ମିଟରର ଚାଳିବା ରାସ୍ତା ଏବଂ ବସିବା ପାଇଁ ସିମେଣ୍ଟର ଚେୟାର ବି ପକାଯାଇଥିଲା। ତେବେ ଏହି ଯୋଜନାର ଧାର୍ଯ୍ୟ ସମୟ ସରିବା ପରେ ସଂପ୍ରତି କୋମାରେ ପଡ଼ିଛି ଏହି ଆରୋଗ୍ୟବନ।

Advertisment

ଏହି ପରିସରରେ ଚମ୍ପକ, ରୁଦ୍ରାକ୍ଷ, ଅଶୋକ, ତମାଳ, ବକୁଳ, ଚନ୍ଦନ ବନ ସହ ବିଭିନ୍ନ ଫଳ ବଗିଚା, ମସଲା ଜାତ ଦ୍ରବ୍ୟ ଗଛ ସହ  ଆମ୍ବ , ଆମ୍ବଡା, ଆମଳା, ଅଜୁର୍ନ, ଆସନ, ଅଶୋକ, ବାହାଡା, ବଳଦିଆ, ବରା, ବେଲ, ବଣ ଭାଲିଆ, ଚମ୍ପା, ଚନ୍ଦନ, ଚାର, ଦେବଧାରୁ, ଡିମିରୀ, ହଳଦୁ, ହରିଡା, ହିଂଜାଳ, ଜାମୁ, ଜାଫରା, ଜେଉଟ, କଦମ୍ବ, କାଜୁ, କାଂଚନ, କରଂଜ, ‌କଷି, କେନ୍ଦୁ, କୁସୁମ, ମୁଛକୁନ୍ଦ, ମହାଗନି, ମହୁଲ, ନିମ୍ବ, ପଲାସ, ପାଇନ, ସହଜ, ରୁଦ୍ରାକ୍ଷ, ରକ୍ତଚନ୍ଦନ, ନାଗେଶ୍ବର, ଡାଲଚିନି, ସର୍ବମସଲା, ପିସ୍ତାବାଦମ, ଲିଚି, ଲେମ୍ବୁ, ଏପୁଲ, ଗୁଲବଜାମୁନ, ବରକୁଳି, ନାଗଲିଙ୍ଗ ଏଭଳି ୧୦୦ ରମକର ଗଛ ଲଗାଯାଇଥିଲା। ସଂପ୍ରତି ପରିବେଶ ପ୍ରଦୁଷିତ ହେବା ସହ ଲୋକେ ଭଲ ଓକ୍ସିଜେନ(ଅମ୍ଲଜାନ) ଟିକକ୍ ସହ ଭଲ ଔଷଧୀୟ ଗୁଳ୍ମ ପାଇ ପାରୁନାହାନ୍ତି। ଯେଉଁ ମହତ ଉଦେଶ୍ୟ ନେଇ ଏହା ଆରମ୍ଭ କରାଯାଇଥିଲା ତାହା ସଂପ୍ରତି ଫେଲ୍ ମାରିଛି। ଏପରିକି ଏହି ପରିସରରେ ଲମ୍ବା ଲମ୍ବା ଘାସ ଗଛ ଉଠିବା ସହ ବହୁ ଗଛ ମରିଯାଇଛି। ଉଦ୍ୟାନର ସବୁ ଆଡେ କେବଳ ଲତାବୁଧା ଓଘାସ ଦିଶୁଛି। ଏଭଳିକି ଆରୋଗ୍ୟବନ ଆରମ୍ଭ ପର ଠାରୁ ଲୋକେ ଦିନେ ବି ଏହି ପରିସରରେ ବୁଲି ନଥିବା ସ୍ଥାନୀୟ ବାସିନ୍ଦା ବି କହିଛନ୍ତି। ସବୁ ବେଳେ ଏଠାରେ ତାଲା ଝୁଲି ରହୁଥିବା କହିଛନ୍ତି। ସହରାଂଚଳ ବନୀକରଣ  କାର୍ଯ୍ୟକ୍ରମ ନିର୍ଦ୍ଧାରିତ ସମୟ ସୀମା ପାଇଁ ରହିଥିଲା।

publive-image

ଏହି ସମୟରେ ଏହି ବନ ଆରମ୍ଭ କରାଯାଇଥିଲା। ଏହା ପରିସରରେ ବଡ଼ ବଡ ଗର୍ତ୍ତ ରହିଥିବାରୁ ବର୍ଷା ମାସରେ ପାଣି ଜମା ହୋଇ ଯାଉଥିବାରୁ ବହୁ ଗଛ ମରିବି ଯାଉଛି। ‌ତଥାଫି ଏହାକୁ ସଫା ସୁତରା କରାଯାଇଥିଲା ବୋଲି କହିଛନ୍ତି ବନାଂଚଳ ଅଧିକାରୀ ସଚ୍ଚିନନ୍ଦନ ପରିଡ଼ା। ତେବେ ପ୍ରଶ୍ନ ଉଠୁଛି ଯେ ଏହି ପ୍ରକଳ୍ପ କରିବା ପାଇଁ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା। ଯେଉଁ ଉଦ୍ଧେଶ୍ୟରେ ଏହି ବନ ନିର୍ମାଣ କରାଯାଇଥିଲା ଏହା କରିବା ପୂର୍ବରୁ ଦୁରଦୃଷ୍ଟି ରଖି କରାଯିବା କଥା। କିନ୍ତୁ ସରକାରୀ ଅର୍ଥ ଶ୍ରାଦ୍ଧ କରି ଓ ଉପରିସ୍ଥ ଅଧିକାରୀଙ୍କୁ ଖୁସ୍ କରିବା ପାଇଁ ଏଭଳି ପ୍ରକଳ୍ପ କରିବା ଯୁକ୍ତିଯୁକ୍ତ ନୁହେଁ ବୋଲି ବୁଦ୍ଧିଜୀବୀ ମହଲରେ ଅଭିଯୋଗ ହୋଇଛି। କାହିଁକି ଓ କେଉଁ ପରିସ୍ଥିତିରେ ଏଭଳି ପ୍ରକଳ୍ପ କରାଯାଇ ହତାଧର କରାଗଲା ତାହାର ବିଧିବଦ୍ଧ ଯାଂଚ କରିବାର ଆବଶ୍ୟକତା ରହିଛି ବୋଲି ପରିବେଶବିତ୍ ରାଜେଶ ପାଣିଗ୍ରାହୀ ଦାବି କରିଛନ୍ତି।