ଭୁବନେଶ୍ୱର:୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶା କଂଗ୍ରେସର ସାଂଗଠନିକ ପରିବର୍ତ୍ତନ। ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଗସ୍ତର ଗୋଟିଏ ଦିନ ପରେ ବଦଳିଛନ୍ତି ମହିଳା କଂଗ୍ରେସର ସଭାପତି । ଜୟପୁର ବିଧାୟକ ତାରା ବାହିନୀପତିଙ୍କ ପତ୍ନୀ ମିନାକ୍ଷୀ ବାହିନୀପତିଙ୍କୁ ମହିଳା କଂଗ୍ରେସ ସଭାପତି ଭାବେ ନିଯୁକ୍ତ କରାଯାଇଛି ।

Advertisment

ନବ ନିଯୁକ୍ତ ମହିଳା ସଭାନେତ୍ରୀ ମିନାକ୍ଷୀ ବାହିନୀପତି ତାଙ୍କର ପ୍ରତିକ୍ରିୟା ରଖି କହିଛନ୍ତି, ‘‘ରାହୁଲ ଗାନ୍ଧୀ ଓ ପିସିସି ସଭାପତିଙ୍କୁ ପ୍ରଥମେ ଧନ୍ୟବାଦ ସେମାନେ ମୋ ଉପରେ ବିଶ୍ୱାସ ରଖିଥିବାରୁ। ମୁଁ ତୃଣମୂଳ ସ୍ତରର ମହିଳାଙ୍କ ପାଇଁ ଅନେକ କାର୍ଯ୍ୟକ୍ରମ କରିଆସିଛି। ରାଜ୍ୟରେ ମହିଳାଙ୍କ ପାଇଁ କାମ କରିପାରିବି ବୋଲି ଦଳର ମୋ ଉପରେ ବିଶ୍ୱାସ ରହିଛି। ମହାନଗରରେ ମୁଁ କାମ କରିଛି। ମୋ କର୍ମୀମାନେ ମୋତେ ସମର୍ଥନ ଦେଇଛନ୍ତି, ଦଳକୁ ଭଲପାଉଛନ୍ତି, ମୋତେ ଭଲ ପାଉଛନ୍ତି  ଓ କଂଗ୍ରେସ ପରିବାରକୁ ଭଲ ପାଉଛନ୍ତି। ଦଳ ମୋତେ ଗୁରୁଦାୟିତ୍ୱ ଦେଇଛି। ମୋ କିଛି ମାନଭଞ୍ଜନ ନାହିଁ।ଦଳ ବିଚାର କରି ଦାୟିତ୍ୱ ଦେଇଛି। ଜିଲ୍ଲାରେ କାମ କରିଛି, ରାଜ୍ୟ ସ୍ତରରେ ମୋର ପ୍ରୟାସ ଜାରି ରହିବ। ରାଜ୍ୟ ମହିଳା ଅବହେଳିତ। ନିର୍ଯ୍ୟାତନା ସହିବା ମୁସ୍କିଲ। ରାଜ ରାସ୍ତାରେ ଚାଲିବା କଷ୍ଟ। ତେଣୁ ଆଗକୁ ମହିଳାଙ୍କ ସୁରକ୍ଷା, ଚଷୀ, ନିଯୁକ୍ତି ମୁଦ୍ଦା ରହିବ।’’