ନେସନସ୍‌ ପ୍ରାଇଡ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇବେ ମୀରା ପରିଡା

ନୂଆଦିଲ୍ଲୀ: ୨୦୨୦ ଅଗଷ୍ଟ ୧୪ରେ ହରିୟାଣାର ଗୁରୁଗ୍ରାମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଓଡ଼ିଶାର ପ୍ରମୁଖ ସମାଜସେବିକା ମୀର ପରିଡାଙ୍କ ନାମ ନେସନସ୍‌ ପ୍ରାଇଡ ବୁକ୍‌ ଅଫ୍‌ ରେକର୍ଡରେ ନାମିତ କରାଯିବ। ଏହାର ସୂଚନା ଆଜି ନେସନସ୍‌ ପ୍ରାଇଡ୍‌ ବୁକ୍‌ ଅଫ୍‌ ରେକର୍ଡସର ନିର୍ଦ୍ଦେଶକ ଗୁଞ୍ଜନ ମେହେଟ୍ଟା ଓ ସିଇଓ ପୁଷ୍କର ମେହେଟ୍ଟା ଦେଇଛନ୍ତି।

ନେସନସ୍‌ ପ୍ରାଇଡ୍‌ ବୁକ୍‌ ଅଫ୍‌ ରେକର୍ଡସରେ ମୀରା ପରିଡାଙ୍କ ପୂର୍ବରୁ ଓଡ଼ିଶାରୁ କେବଳ କେନ୍ଦ୍ର‌ ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ନାମ (ଭାରତ ସରକାରଙ୍କ ମନ୍ତ୍ରୀ) ତାଙ୍କର ସରଳତା ଓ ସମାଜ ସେବା ପାଇଁ ପଞ୍ଜିକୃତ କରାଯାଇଥିଲା।

ଅତୀତ ଜୀବନରେ ମୀରା ପରିଡା ଅନେକ ସଂଘର୍ଷ କରିଛନ୍ତି। ଅନେକ ସଂଘର୍ଷ ପରେ ବି ମୀରା ହାର ନମାନି ନିଜ ଉପରେ ଆତ୍ମବିଶ୍ୱାସ ରଖି ଆଗେଇ ଚାଲିଥିଲେ। ଯେଉଁଥିପାଇଁ ସେ ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢ଼ି ଚାଲିଥିଲେ। ମୀରାଙ୍କ ଏହି ସଫଳତା ପାଇଁ ନେସନସ୍‌ ପ୍ରାଇଡ୍‌ ବୁକ୍‌ ଅଫ୍‌ ରେକର୍ଡର ପୁରା ଟିମ୍‌ ତାଙ୍କୁ ହୃଦୟରୁ ପ୍ରଶଂସା ଜଣାଇଛନ୍ତି। ମୀରା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ପ୍ରେରଣା ଉତ୍ସ, କିନ୍ନର ସମ୍ପ୍ରଦାୟର ଉନ୍ନତି ପାଇଁ ସେ କରିଥିବା ପ୍ରତ୍ୟେକଟି କାର୍ଯ୍ୟ ସଦା ପ୍ରଶଂସନୀୟ ହୋଇ ରହିଛି ରହିବ।

ମୀରା ପରିଡାଙ୍କ ଆଗାମୀ ଜୀବନର ମଙ୍ଗଳମୟ କାମନା କରି ତାଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ନେସନସ୍‌ ପ୍ରାଇଡ୍‌ ବୁକ୍‌ ଅଫ୍‌ ରେକର୍ଡସର ଟିମ୍‌।

ସମ୍ବନ୍ଧିତ ଖବର