ଭୁବନେଶ୍ୱର: ଓମିକ୍ରନ ମୁକାବିଲା ନେଇ ରାଜ୍ୟ ସରକାର ଡାକିଲେ ଉଚ୍ଚସ୍ତରୀୟ ବୈଠକ | ଆଜି ଲୋକସେବା ଭବନରେ ମଧ୍ୟାହ୍ନ ୧୨.୩୦ରେ ବୈଠକ ବସିବ | ବୈଠକରେ ସ୍ୱାସ୍ଥ୍ୟ ବିଭାଗ ସମେତ ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ | ସେହିପରି ସମସ୍ତ ଜିଲ୍ଲାପାଳ ଓ ଏସପି ଙ୍କୁ ବୈଠକରେ ସାମିଲ ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି | ଅନ୍ୟପଟେ ରାଜ୍ୟରେ କରୋନା ପରିସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ ସମସ୍ତ ରାଜ୍ୟକୁ ଲେଖିଥିବା ଚିଠିରେ କେନ୍ଦ୍ର ସରକାର ସାଧାରଣ ମାର୍ଗଦର୍ଶିକା ଜାରି କରିଛନ୍ତି।

Advertisment

ସେଥିରେ ପଜେଟିଭ ରେଟ ୧୦ ପ୍ରତିଶତ ଓ ଅକ୍‌ସିଜେନ ବେଡ଼ ଯଦି ୪୦ ପ୍ରତିଶତ ଆବଶ୍ୟକ ହେଉଛି ତାହାଲେ କଣ୍ଟେନମେଣ୍ଟ ମେଜର ନେବାକୁ କହିଛନ୍ତି। ପରିସ୍ଥିତି ଉପରେ ତୀକ୍ଷଣ ଦୃଷ୍ଟି ରଖିବା ସହ ସର୍ଭିଲାନ୍ସ ଜାରି ରିହିଛି। ଲୋକମାନେ କୋଭିଡ ବ୍ୟବହାରକୁ ମାନନ୍ତୁ ସଂକ୍ରମଣ ବଢାଇବାକୁ ସୁଯୋଗ ଦିଅନ୍ତୁ ନାହିଁ ।

ପରିସ୍ଥିତିକୁ ସହଜ ଭାବରେ ନିଅନ୍ତୁ ନାହିଁ । କମ୍ୟୁନିଟିର ଗୋଟେ ବଡ ଦାୟିତ୍ୱ ରହିଛି । ସରକାରଙ୍କ ସହଭାଗିତାରେ ଟ୍ରାକିଙ୍ଗ ଆଉଟ୍ରେସିଙ୍ଗ ଜାରି ରହିଛି। ସରକାରଙ୍କ ସହଭାଗିତାରେ ପୂର୍ବପରି ପରିସ୍ଥିତିର ମୁକାବିଲା କରାଯିବ।