ଘୁ.ଉଦୟଗିରି: ସ୍ଥାନୀୟ ବ୍ଲକରେ ଦୀର୍ଘ ମାସ ବ୍ୟବଧାନ ପରେ ମଙ୍ଗଳବାର ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା। ପୁଣି ମାତ୍ର ୨୦ମିନଟ ଭିତରେ ହଟଗୋଳ ବୈଠକ ବର୍ଜନ ଭିତରେ ତୀବ୍ର ଅସନ୍ତୋଷ ଭିତରେ ବୈଠକ ରୁ ସମସ୍ତ ସରପଞ୍ଚ ଉଠି ପଳେଇଥିଲେ। ବ୍ଲକ ଅଧ୍ୟକ୍ଷା ସୁଷମା ପ୍ରଧାନଙ୍କ ଅଧ୍ୟକ୍ଷତାରେ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ନବ ନିର୍ବାଚିତ ଘୁ.ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ପ୍ରଥମ ଥର ପାଇଁ ବୈଠକରେ ଯୋଗ ଦେଇ ସମିତି ବୈଠକ ଆରମ୍ଭ ହେଇଥିଲା । ସମସ୍ତଙ୍କ ଦ୍ୱାରା ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ସରିଲା ପରେ ଆଲୋଚନା ଆରମ୍ଭ ହେଲା ତେବେ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା ହେଉ ହେଉ ବିଭିନ୍ନ ଗ୍ରାମ ସରପଞ୍ଚ ମାନେ ଯୁକ୍ତି କରିବା ଆରମ୍ଭ କରିଥିଲେ। ନିର୍ବାଚିତ ସରପଞ୍ଚ ମାନଙ୍କର କହିବା ମୁତାବକ ଲୋକଙ୍କ ନିହାତି ମୌଳିକ ଆବଶ୍ୟକ କାର୍ଯ୍ୟ କରାଯାଉ ନାହି।
ତେବେ ଦୀର୍ଘ ଦୁଇ ଅଢେଇ ବର୍ଷ ଭିତରେ ନିର୍ବାଚିତ ସରପଞ୍ଚ ମାନଙ୍କର କାର୍ଯ୍ୟକାଳ ସରିଥିଲେ ସୁଦ୍ଧା ଆଖି ଦୃଷ୍ଟିଆ ଉନ୍ନତିମୂଳକ କାମ ପଞ୍ଚାୟତ ମାନଙ୍କରେ ହୋଇନାହିଁ।ସରକାରୀ ଅଧିକାରୀମାନେ ନିଜ ରାଜୁତି ଚଳେଇଛନ୍ତି। ନିଜ ଇଛାରେ କାର୍ଯ୍ୟ କରୁଛନ୍ତି।ସରପଞ୍ଚ ନାମକୁ ମାତ୍ର ଅଛନ୍ତି।ଯନ୍ତ୍ରୀମାନଙ୍କ ଦୟାରେ ସରପଞ୍ଚ ମାନେ ରହିଲା ଭଳି କାର୍ୟ୍ଯ ଚାଲିଛି। ପଞ୍ଚାୟତର ବିକାଶ କୁ ପଛରେ ପକେଇ ବ୍ଳକ ପ୍ରଶାସନ ନିଜ ସ୍ୱାର୍ଥକୁ ନେଇ ଚାଲିଥିବା ଗୁରୁତର ଅଭିଯୋଗ କରି ମାତ୍ର କିଛି ସମୟ ଆଲୋଚନା ପରେ ସମସ୍ତ ସରପଞ୍ଚମାନେ ନିଜ ନିଜର ଆସନ ଛାଡ଼ି ସମିତି ବୈଠକ ବର୍ଜନ କରି ବାହାରକୁ ଆସିଥିଲେ। ପରେପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ କୁମାର ଦେବତା ମଧ୍ୟ ବାହାରକୁ ଆସିଥିଲେ।
ସେପଟେ ନବ ନିର୍ବାଚିତ ବିଧାୟକ ମଧ୍ୟ ଏହି ସମସ୍ତ ବିଷୟ ଦେଖି ସେ ମଧ୍ୟ ବାହାରକୁ ଆସି ବିଡିଓଙ୍କ ସହ ଆଲୋଚନା କରି ଆଉ ଗୋଟିଏ ତାରିଖ ଧାର୍ଯ୍ୟ କରି ଶାନ୍ତି ଶୃଙ୍ଖଳାର ସହ ସମିତି ବୈଠକ ଯେପରି ସୁରୁ ଖୁରୁରେ ହେବ ଚେଷ୍ଟା କରିବା ପାଇଁ କହିଥିଲେ। ପ୍ରତ୍ୟେକ ବିଷୟ ବସ୍ତୁ ନିମନ୍ତେ ନିର୍ଦ୍ଧାରିତ ସମୟ ରଖି ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ନିମନ୍ତେ କହିଥିଲେ ସ୍ଥାନୀୟ ବିଧାୟକ। ଉକ୍ତ ବୈଠକରେ ବିଡ଼ିଓ ମନୋଜ କୁମାର ଦେବତାଙ୍କ ସହିତ ବୈଠକ ପୂର୍ବତନ କଂଗ୍ରେସ ବିଧାୟିକା ତଥା ବର୍ତ୍ତମାନର ସାଂସଦ ପ୍ରତିନିଧି ଅଜୟନ୍ତି ପ୍ରଧାନ, ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡା ରତିକାନ୍ତ ସାହୁ, ଜିଲ୍ଲା ପରିଷଦ ସଭ୍ୟା ଲିଲିମା ପ୍ରଧାନ, ଉପାଧ୍ୟକ୍ଷ ଏନ୍ ଲୁକଙ୍କ ସମେତ ସମସ୍ତ ପଞ୍ଚାୟତ ସରପଞ୍ଚ, ସମିତି ସଭ୍ୟ, ସଭ୍ୟା, ଲାଇନ୍ ଡିପାର୍ଟମେଣ୍ଟ ଷ୍ଟାଫ୍ଏ ବଂ ଅନ୍ୟ ସମସ୍ତ ସରକାରୀ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/IMG_20240717_121712.jpg)