ସମ୍ଭାବ୍ୟ ବାତ୍ୟା ନେଇ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକ : ବାଲେଶ୍ୱର ଉପକୂଳରେ ସ୍ଥଳଭାଗ ଛୁଇଁବା ସମ୍ଭାବନା

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ‘ୟସ’ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକ । ଆଇଏମଡି ଅଧିକାରୀ ଓ ବିଭିନ୍ନ ବିଭାଗ ସଚିବଙ୍କ ସହ ଆଲୋଚନା କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା । ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଥିବା ବାତ୍ୟାକୁ କେମିତି ମୁକାବିଲା କରାଯିବ ସେ ନେଇ ବୈଠକରେ ବିଚାରବିମର୍ଷ କରାଯାଇଛି ।

ବାତ୍ୟା ମୁକାବିଲା ପାଇଁ ଗତକାଲି ମଧ୍ୟ ଓଡ୍ରାଫ୍, ଏନଡିଆରଏଫ୍, ଓଡ଼ିଶା ପୁଲିସ ଓ ପାଣିପାଗ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ଏସଆରସି । ଏଥିସହ ଜିଲ୍ଲାପାଳମାନଙ୍କ ସହ ବି ଆଲୋଚନା କରିଥିଲେ ଓ ୧୦ଟି ଜିଲ୍ଲାରେ ପ୍ରସ୍ତୁତି ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବଙ୍ଗୋପସାଗରରେ ୨୨ ତାରିଖରେ ଲଘୁଚାପ ସୃଷ୍ଟି ହେବା ପରେ ୨୫ ତାରିଖ ମଧ୍ୟରେ ବାତ୍ୟାର ରୂପ ନେବ ବୋଲି ପୂର୍ବାନୁମାନ କରିଛି ଆଇଏମଡି । ୨୬ ତାରିଖ ସଂଧ୍ୟାରେ ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଏହା ଲ୍ୟାଣ୍ଡଫଲ କରିପାରେ ବୋଲି ମଧ୍ୟ ଆକଳନ କରିଛି ଆଇଏମଡି ।

Jagran English

ତେବେ ଭାରତୀୟ ପାଣିପାଗ ବିଭାଗ କହିଛି, ବାତ୍ୟା କେଉଁଠି ଲ୍ୟାଣ୍ଡଫଲ କରିବ ତାହା ଏବେଠାରୁ ପୂର୍ବାନୁମାନ କରାଯାଇ ପାରିବ ନାହିଁ । କିନ୍ତୁ, ପାଣିପାଗ ଆକଳନ କରୁଥିବା ସଂସ୍ଥା ଉଇଣ୍ଡି-ଡଟ୍-କମ୍ ଆକଳନ ଅନୁସାରେ, ଏହି ବାତ୍ୟା ଓଡ଼ିଶାର ବାଲେଶ୍ୱର ଉପକୂଳରେ ସ୍ଥଳଭାଗ ଛୁଇଁବ । ୨୬ ତାରିଖ ରାତି ୨ଟା ପରଠାରୁ ଏହି ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇପାରେ ଏବଂ ସକାଳ ୫ଟା ଯାଏ ଏହି ପ୍ରକ୍ରିୟା ଜାରି ରହିପାରେ ।

ସମ୍ବନ୍ଧିତ ଖବର