ଆଗାମୀ ରଥଯାତ୍ରାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ, ଲାଗିବ ଅସ୍ଥାୟୀ ସିସିଟିଭି: ଆର.ପି ର୍ଶମା

ପୁରୀ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ସୁରକ୍ଷା ନେଇ ରାଜ୍ୟ ସରକାରଙ୍କ ତତ୍ପରତା ବଢ଼ିଛି। ରଥଯାତ୍ରା ଏକ ମାସରୁ ଅଧିକ ସମୟ ଥିବା ବେଳେ ପୁଲିସ୍‌ ମହାନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା ମଙ୍ଗଳବାର ପ୍ରଥମ ପ୍ରସ୍ତୁତି ବୈଠକ କରିଛନ୍ତି। ବୈଠକ ପରେ ଡିଜିପି କହିଛନ୍ତିି, ବାତ୍ୟା ଫନି ପ୍ରଭାବରେ ପୁରୀ ଅଧିକ ପ୍ରଭାବିତ ହୋଇଛି। ବିଶେଷ କରି ବହୁ ସିସିଟିଭି ନଷ୍ଟ ହୋଇଯାଇଛି, ତେଣୁ ଏଥର ସୁରକ୍ଷା ପାଇଁ ବଡ ଚ୍ୟାଲେଞ୍ଜ ହେବ। ଏଥି ପାଇଁ ଅସ୍ଥାୟୀ ସିସିଟିଭି ଲାଗିବ। କଂଟ୍ରୋଲ ରୁମରୁ ସିଧାସଳଖ ଭାବେ ସିସିଟିଭି ମନିଟରିଂ କରି ସୁରକ୍ଷା ବ୍ୟବସ୍ଥାକୁ ସୁଦ୍ରୁଢ କରାଯିବ ବୋଲି ସେ କହିଛନ୍ତି।

ସେହିପିରି ରଥଯାତ୍ରା ସମୟରେ ଅଘଟଣ ରୋକିବା ପାଇଁ ବ୍ୟାପକ ପୁଲିସ ମୁତୟନ ରହିବେ। ଗୁଇନ୍ଦା ବିଭାଗର ସୂଚନା ଜରିଆରେ ସୁରକ୍ଷା ବ୍ୟାବସ୍ଥାକୁ ଆହୁରି କଡାକଡି କରାଯିବ। ବିଶେଷ କରି ରେଳ ଯାତ୍ରୀଙ୍କ ସୁରକ୍ଷା, ଅଘଟଣ ଏଡାଇବାକୁ ବ୍ୟବସ୍ଥା କରାଯିବ। ଖୁବସୀଘ୍ର ବିଏସଏଫ, ସିଆରପିଏଫ, କୋଷ୍ଟଗାର୍ଡଙ୍କୁ ନେଇ ସମନ୍ଵୟ ବୈଠକ ହେବ ବୋଲି ସେ କହିଛନ୍ତି।

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଆସନ୍ତା ଜୁଲାଇ ୪ରେ ହେବ। ରଥଯାତ୍ରା ସମୟରେ କିପରି ଭାବେ ଆଇନଶୃଙ୍ଖଳା ପରିସ୍ଥିତି ଉପରେ କଡା ନଜର ରଖାଯିବ ସେ ନେଇ ବୈଠକରେ ବିସ୍ତତ ଅଲୋଚନା ହୋଇଛି।

ସମ୍ବନ୍ଧିତ ଖବର