ସମ୍ବଲପୁର : ଜାନୁଆରି ୧୧ରୁ ‌ହେବାକୁ ଥିବା ସମ୍ବଲପୁର ଲୋକ ମହୋତ୍ସବ ନିମନ୍ତେ ଶୁକ୍ରବାର ସଂଧ୍ୟା ୪ଟାରେ ‌ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସାଧାରଣ ବୈଠକ ଅନୁଷ୍ଠିତ ହେବ। ଏହି ଅବସରରେ ଲୋକ ମହୋତ୍ସବର ପ୍ରସ୍ତୁତି ସଂପର୍କରେ ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟରେ ଆଲୋଚନା ହେବ। ଲୋକ ମହୋତ୍ସବ ସଂଯୋଜକ ଓ ବିଭିନ୍ନ ଉପସମିତି ନିମନ୍ତେ ଆବାହକ ମନୋନୟନ ସଂପର୍କରେ ବି ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି।

Advertisment

ସୂଚନାଯୋଗ୍ୟ, ଗତ ୧୨ ତାରିଖରେ ଲୋକମହୋତ୍ସବର ପ୍ରାକ୍‌ ପ୍ରସ୍ତୁତି ନିମେନ୍ତ ଏକ ଅଧିକାରୀସ୍ତରୀୟ ବୈଠକ ହୋଇ ତାରିଖ ନିର୍ଦ୍ଧାରଣ କରା ଯାଇଥିଲା। ଏହାକୁ ନେଇ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ‌ସହରବାସୀଙ୍କ ସହ କୌଣସି ପରାମର୍ଶ ନକରି ତାରିଖ ନିର୍ଦ୍ଧାରଣ ଓ ଲୋକଙ୍କୁ ନଡାକି ଅଧିକାରୀସ୍ତରରେ ପ୍ରସ୍ତୁତି ବୈଠକ କରିବା ଦ୍ବାରା ରାଜ୍ୟର ସର୍ବପୁରାତନ ଲୋକମହୋତ୍ସବର ସରକାରୀକରଣ କରାଯାଉଛି ବୋଲି ବୁଦ୍ଧିଜୀବୀମାନେ ମତ ଦେଇଥିଲେ। ଏହାପରେ ଲୋକଙ୍କୁ ନେଇ ‌ସାଧାରଣ ବୈଠକ ହେବ ବୋଲି ପ୍ରଶାସନ ପକ୍ଷରୁ ସଫେଇ ଦିଆ ଯାଇଥିଲା।