ବୁର୍ଲା: ଭିମ୍ସାର୍ ସମସ୍ୟା ନେଇ ଆସନ୍ତାକାଲି ଭୁବନେଶ୍ବରରେ ଏକ ଉଚ୍ଚସ୍ତରୀୟ ବୈଠକ ଆୟୋଜନ କରାଯାଇଛି। ଗୁରୁବାର ଦିନ ଭୁବନେଶ୍ଵରରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଉପସ୍ଥିତିରେ ଏହି ବୈଠକ ଅନୁଷ୍ଠିତ ହେବ।
ଏହି ବୈଠକରେ ଯୋଗ ଦେବା ପାଇଁ ଭିମ୍ସାରର ନିର୍ଦ୍ଦେଶକ ପ୍ରଫେସର ଲଳିତ ମେହେର, ଅଧ୍ୟକ୍ଷା ପ୍ରଫେସର ଜୟଶ୍ରୀ ଦୋରା ଏବଂ ଅଧୀକ୍ଷକ ପ୍ରଫେସର ଲାଲମୋହନ ନାୟକ ଆଜି ରାଜଧାନୀ ଗସ୍ତକରିଥିବା ଜଣାପଡ଼ିଛି।