ବିଜେଡି ସାଂସଦମାନଙ୍କର ବୈଠକ

ନୂଆଦିଲ୍ଲୀ:ଆଜି ସଂସଦ ଭବନରେ ଥିବା ବିଜେଡି କାର୍ଯ୍ୟାଳୟରେ ବିଜେଡିର ରାଜ୍ୟସଭା ଓ ଲୋକସଭା ସାଂସଦମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟରେ ଅର୍ଥ ବିଲ୍‌ ସମେତ ୨୦୨୧-୨୨ ବର୍ଷ ଲାଗି ବିଭିନ୍ନ ଅନୁଦାନ ଦାବିକୁ ଗୃହୀତ କରାଇବା ଉପରେ ରାଜ୍ୟ ସରକାରଙ୍କ ଫୋକସ୍ ରହିଛି। ତେଣୁ ବିଭିନ୍ନ ଆଲୋଚନାରେ କେଉଁ ସବୁ ସାଂସଦ ଭାଗ ନେବେ ସେ ନେଇ ବିଚାର ବିମର୍ଶ କରାଯାଇଥିଲା। ଏତଦ୍‌ବ୍ୟତୀତ ରାଜ୍ୟ ସ୍ବାର୍ଥ ସଂପର୍କିତ ଦାବି ଗୁଡିକୁ କିଭଳି ବଳିଷ୍ଠ ରୂପେ ଉପସ୍ଥାପନ କରାଯିବ, ସେ ନେଇ ବିଜେଡି ସାଂସଦମାନେ ମାନସମନ୍ଥନ କରିଥିଲେ।

ସମ୍ବନ୍ଧିତ ଖବର