ରାଜ୍ୟରେ ନିଅଣ୍ଟିଆ ବର୍ଷାକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ: କୃଷି ଶ୍ରମିକମାନଙ୍କୁ ମନରେଗା ଯୋଜନାରେ କାମ ଦେବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦେଶ

ଭୁବନେଶ୍ୱର: ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ନିଅଣ୍ଟିଆ ବର୍ଷା। ଆବଶ୍ୟକ ଠାରୁ ବହୁତ କମ ବର୍ଷା ହୋଇଛି। ନିଅଣ୍ଟିଆ ବର୍ଷା ଯୋଗୁଁ ରାଜ୍ୟର ଚାଷ କାର୍ଯ୍ୟ ପ୍ରଭାବିତ ହୋଇଛି। ଫଳରେ ଚାଷୀ ବି ପ୍ରଭାବିତ ହୋଇଛନ୍ତି। ସ୍ୱଳ୍ପ ବର୍ଷା ଯୋଗୁଁ ଯାଜପୁର, ଭଦ୍ରକ, କେନ୍ଦୁଝର ଓ ବଲାଙ୍ଗୀର ସର୍ବାଧିକ ପ୍ରଭାବିତ ହୋଇଛି। ସେହିପରି ଆହୁରି ୨୦ ଜିଲ୍ଲାରେ ମଧ୍ୟ ଉତ୍କଟ ମରୁଡ଼ି ପରିସ୍ଥିତି ଦେଖାଦେଇଛି। ଏଥିପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଥିଲେ। ଲୋକସେବା ଭବନରେ ବସିବ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ। ସମସ୍ତ ବିଭାଗର ସଚିବ ଓ ଜିଲ୍ଲାପାଳମାନଙ୍କ ବୈଠକ ଡକାଇଥିଲେ ମୁଖ୍ୟ ଶାସନ ସଚିବ। ବୈଠକରେ ସ୍ବତନ୍ତ୍ର ରିଲିଫ୍ କମିସନର୍ ପ୍ରଦୀପ ଜେନା ମଧ୍ୟ ଉପସ୍ଥିତ ରହିଥିଲେ।

ପାଣି ଅଭାବ ଯୋଗୁଁ ବିଲକୁ କିପରି ବିକଳ୍ପ ଉପାୟରେ ପାଣି ମିଳିପାରିବ, ସେ ଦିଗରେ ଆଜିର ବୈଠକରେ ଆଲୋଚନା ହେବ । ଅନ୍ୟପଟେ ଅଗଷ୍ଟ ୩୧ ସୁଦ୍ଧା ପ୍ରତି ବ୍ଲକ ପାଇଁ ସ୍ୱତନ୍ତ୍ର କଣ୍ଟିଜେନ୍ସି ପ୍ଲାନ କରିବାକୁ ଓୟୁଏଟିକୁ କୃଷି ବିଭାଗ ଆଗୁଆ ନିର୍ଦ୍ଦେଶ ଦେଇଛି। ନିଅଣ୍ଟିଆ ବର୍ଷା ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧକ୍ଷତରେ ଚାଲିଥିବା ବୈଠକ ଶେଷ ହୋଇଛି। ବୈଠକ ପରେ କୃଷି ସଚିବ ତଥା କମିସନର ଏସ କେ ବିଶିଷ୍ଟ କହିଛନ୍ତି, ୧୫ଟି ଜିଲ୍ଲାର ୩୦ଟି ବ୍ଲକରେ ସ୍ବାଭାବିକ ଠୁ କମ୍ ବର୍ଷା ହୋଇଛି। ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି। ଯେଉଁଠି କମ୍ ବର୍ଷା ହୋଇଛି ସେଠି ଉଠା ଜଳସେଚନ ପଏଣ୍ଟକୁ ସକ୍ରିୟ କରାଯିବ। ପ୍ରତି ପାଣି ପଞ୍ଚାୟତରେ ଜଳସେଚନକୁ ନେଇ ଆକ୍ସନ ପ୍ଲାନ କରାଯିବ ଏବଂ ଅନ୍ୟ ଜଳସେଚନ ସୁବିଧାକୁ ଆହୁରି ସକ୍ରିୟ କରାଯିବ। କୃଷି ଶ୍ରମିକମାନଙ୍କୁ ମନରେଗା ଓ ଅନ୍ୟ ସରକାରୀ ଯୋଜନାରେ ସାମିଲ କରି କାମ ଦେବାକୁ ନିର୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ।

ସମ୍ବନ୍ଧିତ ଖବର