ଶ୍ରମିକ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ଉଦ୍‌ଯାପିତ

ଜଟଣୀ : ଖୋର୍ଦ୍ଧାରୋଡ୍‌ ରେଳ ମଣ୍ଡଳରଠାରେ ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସର ୪୭ତମ କାର୍ଯ୍ୟକାରିଣୀ ବୈଠକ ଉଦ୍‌ଯାପିତ ହୋଇଯାଇଛି। ସଭାପତି ସମ୍ପତ୍ କୁମାରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଖୋର୍ଦ୍ଧାରୋଡ୍‌, ସମ୍ବଲପୁର ଓ ବିଶାଖାପାଟଣା ରେଳମଣ୍ଡଳ ଶ୍ରମିକ କଂଗ୍ରେସର ବିଭିନ୍ନ ଶାଖାର କର୍ମକର୍ତ୍ତା ଭାଗ ନେଇଥିଲେ। ଏଥିରେ ସାଧାରଣ ସଂପାଦକ ରମେଶ ଚନ୍ଦ୍ର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧାରୋଡ୍‌ ମଣ୍ଡଳ ସଂଯୋଜକ ପ୍ରମୋଦ କୁମାର ସାହାଣୀ, ସହ ସଂଯୋଜକ ସୁନୀଲ ଭଞ୍ଜ, ସମ୍ବଲପୁର ମଣ୍ଡଳ ସଂଯୋଜକ ଭୂପେଶ ମୁଣ୍ଡ, ବିଶାଖାପାଟଣା ମଣ୍ଡଳ ସଂଯୋଜକ ଟି ମଉଳି, ସି ଏଚ୍‌ ଗାନ୍ଧୀ, ଆଶୁତୋଷ ମହାନ୍ତି, ସୁଧୀର ପାଢ଼ୀ ପ୍ରମୁଖ ଯୋଗ ଦେଇଥିଲେ।
ଦ୍ୱିତୀୟ ଦିନରେ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇ ସର୍ବସମ୍ମତି କ୍ରମେ ଦାବି ପ୍ରସ୍ତାବ ଗୃହୀତ ହୋଇଥିଲା।

ସେଗୁଡ଼ିକ ମଧ୍ୟରେ ୨୦୦୪ର ନୂଆ ପେନ୍‌ସନ୍‌ ସ୍କିମ୍ ରଦ୍ଦ, ବିଭିନ୍ନ ବିଭାଗରେ କାର୍ଯ୍ୟରତ ସୁପରଭାଇଜରମାନଙ୍କୁ ସାପ୍ତାହିକ ଛୁଟି, ଷ୍ଟେସନ ମାଷ୍ଟର ଅଫିସରେ ଏସି ବ୍ୟବସ୍ଥା, ରନିଂ ଷ୍ଟାଫ୍‌ମାନଙ୍କୁ ନିୟମିତ ଓଟି ମାଇଲେଜ୍ ପ୍ରଦାନ, ଟ୍ରାକ୍‌ ମେଣ୍ଟେନର ମାନଙ୍କୁ ସମସ୍ତ ଏଲ୍‌ଡିସିଇ ପଦୋନ୍ନତି ପରୀକ୍ଷା ପାଇଁ ଅନୁମତି, କାର୍ଯ୍ୟ ସ୍ଥଳରେ ବିଶ୍ରାମ ଗୃହ, ବିପଦ ସଙ୍କୁଳ ପରିସ୍ଥିତିରେ କାର୍ଯ୍ୟ କରୁଥିବା ସିଗ୍ନାଲ, ଟିଏମ୍‌ଓ, ଟିଆର୍ଡି ଓ ୟାର୍ଡରେ କାର୍ଯ୍ୟରତ ଟିପିମାନଙ୍କୁ ସ୍ଵତନ୍ତ୍ର ରିସ୍କ ଭତ୍ତା, ପିତାମାତାଙ୍କୁ ମାଗଣା ଚିକିତ୍ସା ସୁବିଧା, ପୋଷାକ ଭତ୍ତାକୁ ପାଞ୍ଚ ହଜାରରୁ ଦଶ ହଜାରକୁ ବୃଦ୍ଧି, ଟ୍ରେନ୍‌ ରେ କାର୍ଯ୍ୟରତ ଟିଟିଇମାନଙ୍କପାଇଁ ୨୦୧୬ କେନ୍ଦ୍ରୀୟ ପିଏନ୍‌ଏମ୍‌ ନିଷ୍ପତ୍ତି ଅନୁଯାୟୀ କାର୍ଯ୍ୟ ବଣ୍ଟନ ଭଳି ତିରିଶ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ଶ୍ରୀ ସାହୁଙ୍କ ନେତୃତ୍ୱରେ ପୂର୍ବତଟ ରେଳପଥ ଜେନେରାଲ ମ୍ୟାନେଜରଙ୍କୁ ପ୍ରଦାନ କରାଯାଇଥିଲା। ଶାଖା ସଂପାଦକ ଏଲ୍‌ଡି ମହାନ୍ତି, ସିଓବି ସୁବ୍ରତ ପଣ୍ଡା, ଏ ଶ୍ରୀନିବାସ, ସୁମିତ୍ରା ପଣ୍ଡା, ବିଜୟଲକ୍ଷ୍ମୀ ଦାସ, ଅର୍ପିତା ମହାନ୍ତି, ରୁନି ବେହେରା, ଟି କମଳା ଏଲିଜାବେଥ୍‌, ଏସ୍‌ ଗୌରାମା, ଧନକେଶି ସ ପ୍ରମୁଖ ଏହି ସଭାକାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର