ଭୁବନେଶ୍ବର: କଟକର ଗତିରାଉତପାଟଣା ପରିସରରେ ଥିବା ସରସ୍ୱତୀ ପ୍ରଶିକ୍ଷଣ ମନ୍ଦିରରେ ବିଦ୍ୟାଭାରତୀର ପୂର୍ବକ୍ଷେତ୍ର କାର୍ଯ୍ୟକର୍ତ୍ତାମାନଙ୍କର ବୈଠକ ପୂର୍ବକ୍ଷେତ୍ର ଅଧ୍ୟକ୍ଷ ଡ. ଲକ୍ଷ୍ମୀକାନ୍ତ ମହାରଣାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହିକାର୍ଯ୍ୟକ୍ରମକୁ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପୂର୍ବ କ୍ଷେତ୍ରକାର୍ଯ୍ୟବାହ ଡ.ଗୋପାଳ ପ୍ରସାଦ ମହାପାତ୍ର ଉଦଘାଟନ କରି ଦେଶର ଭାବି ବଂଶଧରଙ୍କୁ ପୂଜା ଆରାଧନା କରିବାର ନୀତିନିଷ୍ଠ ପଦ୍ଧତି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଆପଣାଇଥାଏ, ଯେଉଁଥିପାଇଁ ଏହି ଅନୁଷ୍ଠାନଗୁଡ଼ିକ ସମାଜର ଶ୍ରଦ୍ଧା କେନ୍ଦ୍ର ଭାବରେ ଆଜି ପରିଚିତ ହୋଇପାରିଛି ବୋଲି କହିଥିଲେ। ଏଥିରେ ବିଦ୍ୟାଭାରତୀର ଅଧ୍ୟକ୍ଷ ଡି.ରାମକୃଷ୍ଣରାଓଜୀ, ବିଦ୍ୟାଭାରତୀର ମହାମନ୍ତ୍ରୀ ଶ୍ରୀରାମରାଓକରଜୀ, ବିଦ୍ୟାଭାରତୀର ସହସଂଗଠନ ମନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ମହାନ୍ତ, ପୂର୍ବକ୍ଷେତ୍ର ମନ୍ତ୍ରୀ ଡ.ସରୋଜ କୁମାର ହାତୀ ଯୋଗ ଦେଇ କାର୍ଯ୍ୟଧାରାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ବର୍ଗ, ବୈଠକ ଓ ପ୍ରଶିକ୍ଷଣର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ । ଏଥିରେ
ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଭାରତୀର ମନ୍ତ୍ରୀ ଡ.କିଶୋରଚନ୍ଦ୍ର ମହାନ୍ତି, ପୂର୍ବକ୍ଷେତ୍ର ସଂଗଠନମନ୍ତ୍ରୀ ବିଜୟ ଗଣେଶ କୁଲକର୍ଣ୍ଣୀ, ପୂର୍ବକ୍ଷେତ୍ର ସହମନ୍ତ୍ରୀ, ହେମନ୍ତ କୁମାର ପାଣିଗ୍ରାହୀ, ପୂର୍ବକ୍ଷେତ୍ର ସଂଗଠନ ମନ୍ତ୍ରୀ ଦିବାକର ଘୋଷ, ପୂର୍ବକ୍ଷେତ୍ର ଉପାଧ୍ୟକ୍ଷ ଗୋପାଳ ହାଲଦାର, ପୂର୍ବତନ ଅଧ୍ୟକ୍ଷ ପୂର୍ବକ୍ଷେତ୍ର ସାଧନ କୁମାର ମଜମୁଦାର, ପୂର୍ବକ୍ଷେତ୍ର ସଦସ୍ୟା, ପ୍ରଭାତୀ ସାହୁ, ଉତ୍ତର ବଙ୍ଗ ଅଧ୍ୟକ୍ଷ ଜଗନ୍ନାଥ ଦାଶ, ଶିକ୍ଷା ବିକାଶ ସମିତି, ଓଡ଼ିଶାଙ୍କ ସଂଗଠନ ମନ୍ତ୍ରୀ ରମାକାନ୍ତ ମହାନ୍ତ, ଶିକ୍ଷା ବିକାଶ ସମିତି, ଓଡ଼ିଶାଙ୍କ ସଂପାଦକ କମଳାକାନ୍ତ ମିଶ୍ର ଯୋଗ ଦେଇ ଜିଲ୍ଲାକେନ୍ଦ୍ର ସୁଦୃଢୀକରଣ, ସଂସ୍କାର କେନ୍ଦ୍ର ପ୍ରଭାବୀକରଣ, ଶିଶୁବାଟିକା, ଆଦର୍ଶ ଶିକ୍ଷାଦାନ ବ୍ୟବସ୍ଥା, ମୂଲ୍ୟାଙ୍କନ, ଜିଲ୍ଲାଯୋଲି ଗଠନ ଶୋଧ, ବନବାସୀ କ୍ଷେତ୍ରର କାର୍ଯ୍ୟ, ବିଦ୍ୟାଳୟ ବିକାଶ ଯାତ୍ରାର ଅଭିଲେଖ ଆଦି ଉପରେ ତଥ୍ୟଭିତ୍ତିକ ମାର୍ଗଦର୍ଶନ କରାଇଥିଲେ । ଉପସ୍ଥିତ ସମସ୍ତ ଅତିଥି ଓ କାର୍ଯ୍ୟକର୍ତ୍ତାମାନଙ୍କ ଦ୍ୱାରା କେଶବ ସେବାପ୍ରକଳ୍ପ ପରିସରରେ ବିଭିନ୍ନ ପ୍ରଜାତିର ଫଳ ବୃକ୍ଷ ରୋପଣ କରାଯାଇଥିଲା।
ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିକାଶ ସମିତିର ଯୁଗ୍ମ ସଂପାଦକ ଡ. ତରୁଲତା ଦେବୀ, ଉମେଶ ଚନ୍ଦ୍ର ଦାଶ, ପୂର୍ବକ୍ଷେତ୍ର ସଦସ୍ୟ ସଞ୍ଜିତା କବି, ପ୍ରାନ୍ତ, ସମ୍ଭାଗ କାର୍ଯ୍ୟକର୍ତ୍ତା ଓ ପୂର୍ଣ୍ଣକାଳୀନ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/8c71cd55-b600-4488-8d70-cf8cfea94d47.jpg)