ପାଟପୁର : ଶୁକ୍ଗରବାର ଦିନ ଞ୍ଜାମ ଜିଲ୍ଲା ପାଟପୁର ଥାନାରେ ଆମ ପୁଲିସ ସମିତି ଏବଂ ‘ସମ୍ବାଦ-ଆମ ଓଡ଼ିଶା’ର ମିଳିତ ସହଯୋଗରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ‘ରକ୍ତ ଅଭାବରେ କାହାକୁ ମରିବାକୁ ଦିଆଯିବ ନାହିଁ ’ ସଂକଳ୍ପ ନେଇ ଅନୁଷ୍ଠିତ ଶିବିରରେ ସାନଖେମୁଣ୍ଡି ତହସିଲଦାର ଡ. ଶ୍ରୀନିବାସ ବେହେରା, ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ, ଏସ୍ଆଇ ଟୁନା ପୀଡ଼ିକା, ଆଇନଜୀବୀ ବିଜୟ ପ୍ରଧାନ, ସାମ୍ବାଦିକ ସତ୍ୟନାରାୟଣ ପାଢ଼ୀଙ୍କ ସମେତ ୪୦୧ ଜଣ ସ୍ୱେଚ୍ଛାକୃତ ରକ୍ତଦାନ କରିଛନ୍ତି।
ପାଟପୁର ଥାନା ପରିସରରେ ଆୟୋଜିତ ଏହି ଶିବିରକୁ ମୁଖ୍ୟ ଅତିଥି ଆସିକା ସାଂସଦ ପ୍ରମିଳା ବିଷୋୟୀ ଓ ଗଞ୍ଜମ ଏସ୍.ପି. ଜଗମୋହନ ମୀନା ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ, ଗଞ୍ଜାମ ଜିଲ୍ଲାପରିଷଦ ସଭାପତି ଅଞ୍ଜଳି ସ୍ୱାଇଁ, ଆସିକା ଏସ୍ଡିପିଓ ଉମାଶଙ୍କର ସିଂହ, ସୋରଡ଼ା ଥାନା ଅଧିକାରୀ ରମେଶ ଚନ୍ଦ୍ର ପ୍ରଧାନ, ଶେରଗଡ଼ ଥାନା ଅଧିକାରୀ ମନୋଜ କୁମାର ପ୍ରଧାନ, ହିଞ୍ଜିଳିକାଟୁ ଥାନା ଅଧିକାରୀ ଅଭିମନ୍ୟୁ ଦାସ, କୋଟିନଡ଼ା ଥାନା ଅଧିକାରୀ କୃଷ୍ଣ ଶାହା, ଧରାକୋଟ ଥାନା ଅଧିକାରୀ ମମତା ସାମନ୍ତରାୟ, ବଡ଼ଗଡ଼ ଥାନା ଅଧିକାରୀ ସୁରଜ କୁମାର ଝାଙ୍କର, ବ୍ଲକ୍ ଅଧ୍ୟକ୍ଷ ସୀମାଞ୍ଚଳ ପାତ୍ର, ଉପାଧ୍ୟକ୍ଷା ରିଙ୍କି ନାହକ, ଆମ ଓଡ଼ିଶା ବ୍ରହ୍ମପୁର ସଂସ୍କରଣର ସଂଯୋଜକ ବସନ୍ତ ପଣ୍ଡା, ଆମ ପୁଲିସ ସମିତିର ମୁଖ୍ୟ ଡ. କୈଳାସ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।