‘ସମ୍ବାଦ- ଆମ ଓଡ଼ିଶା’ ଓ ପ୍ରେସ୍‌କ୍ଲବ୍‌ ଆନୁକୂଲ୍ୟରେ ମେଗା ରକ୍ତଦାନ ଶିବିର

କରୋନା କାଳରେ ୧୧୧ ଜଣ ରକ୍ତ ଦେଲେ

କଂଟାବାଞ୍ଜି : ପ୍ରେସ୍‌କ୍ଲବ୍‌ କଂଟାବାଞ୍ଜିର ପ୍ରଥମ ବାର୍ଷିକ ଉତ୍ସବ ଅବସରରେ ବୁଧବାର ଏକ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ପ୍ରେସ୍‌କ୍ଲବ୍‌ ଓ ‘ସମ୍ବାଦ- ଆମ ଓଡ଼ିଶା’ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରକୁ ମୁଖ୍ୟ ଅତିଥି ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓ, ସମ୍ମାନିତ ଅତିଥି କଂଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା, ପୂର୍ବ ବିଧାୟକ ହାଜି ମହମ୍ମଦ ଆୟୁବ ଖାଁ ଉଦ୍‌ଘାଟନ କରିଥିଲେ। ପ୍ରେସ୍‌କ୍ଲବ୍‌, ‘ସମ୍ବାଦ ଆମ ଓଡ଼ିଶା’ ଏବଂ ଟ୍ରକ୍‌ ୟୁନିଅନ ସଦସ୍ୟ ସହଯୋଗ କରିଥିଲେ। ଶିବିରରେ ମୋଟ ୧୧୧ ଜଣ ସ୍ବେଚ୍ଛାକୃତ ରକ୍ତଦାନ କରିଥିଲେ।

ଶିବିରକୁ ସଫଳ କରିବାରେ ଅନୁଷ୍ଠାନ ରିଶୁ ସିଂହ ସାଲୁଜା, ଆନନ୍ଦ ମୋଟେ, ସିଙ୍କି ସିଂହ ସାଲୁଜା, ସଂଗ୍ରାମ ତ୍ରିପାଠୀ, କଂଟାବାଞ୍ଜି ‘ସମ୍ବାଦ’ ଏଜେଣ୍ଟ ଦୁର୍ଗାପ୍ରସାଦ ଗୁପ୍ତା, ଆଶିଷ ଖୈତାନ ବିଶେଷ ଭୂମିକା ଗ୍ରହଣ କରିଥିଲେ। କଂଟାବାଞ୍ଜି ବିଜୁ ପଟ୍ଟନାୟକ ରକ୍ତଭଣ୍ଡାରରୁ ଡା. ଏସ୍‌ପିଡି ପଣ୍ଡା, ଡା. ଏମ. ଶ୍ରଦ୍ଧାଞ୍ଜଳି, ରାଜେନ୍ଦ୍ର ସାହୁ, ତାପସ ରଂଜନ ସାହୁ, ସୁନିତା ଭୋଇ, କୁନାଲ ଦାସ, ଶିବ ସାହୁ, ଦୁର୍ଗା ତାଣ୍ଡି, ପ୍ରଶାନ୍ତ ସାହୁ, ଗୁରୁବାରୁ ରଣା, କିଶୋର ଚନ୍ଦ୍ର ପଣ୍ଡା ପ୍ରମୁଖ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ।

‘ସମ୍ବାଦ’ ଏଜେଣ୍ଟ ସହ ଖବରକାଗଜ ବିତରକ ରକ୍ତଦାନ କଲେ
ପ୍ରେସ୍‌କ୍ଲବ୍‌ ଓ ‘ସମ୍ବାଦ ଆମ ଓଡ଼ିଶା’ର ମିଳିତ ଆନୁକୂଲ୍ୟରେ ହୋଇଥିବା ରକ୍ତଦାନ ଶିବିରରେ କଂଟାବାଞ୍ଜି ‘ସମ୍ବାଦ’ ଏଜେଣ୍ଟ ଦୁର୍ଗାପ୍ରସାଦ ଗୁପ୍ତାଙ୍କ ସହ ‘ସମ୍ବାଦ’ ଖବରକାଗଜ ବିରତକ ମଧ୍ୟ ରକ୍ତଦାନ କରିଥିଲେ। ଖବରକାଗଜ ବିତରକ ଜୟମିତ୍ର ଛତ୍ରିଆ, ଅବିନାଶ ଖର୍ସେଲ, ବଳ ବାଗ, ବଂଟ ଦାସ, ବଡ଼ ରଣା, ତୁଲେଶ୍ୱର ସାହୁ ପ୍ରମୁଖ ସ୍ୱଇଚ୍ଛାରେ ରକ୍ତ ଦେଇଥିଲେ। ଆଗାମୀ ଦିନରେ ମଧ୍ୟ ‘ସମ୍ବାଦ’ ପରିବାର ପକ୍ଷରୁ ରକ୍ତ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧିତ ଖବର