ପୁରୀ: ଆଜି ପୁରୀର ସ୍ଥାନୀୟ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ‘ହାପିନେସ୍‌ ଫାଉଣ୍ଡେସନ୍‌’ ଓ ‘ସମ୍ବାଦ ଆମ ଓଡ଼ିଶା’ର ମିଳିତ ଆନୁକୂଲ୍ୟରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରୁ ୩୫୦ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଛି। ଏହି ଶିବିରରେ ମୁଖ୍ୟଅତିଥି ଭାବେ ପୁରୀ ଆରକ୍ଷୀ ଅଧୀକ୍ଷକ ପିନାକ ମିଶ୍ର ଯୋଗଦେବା ସହ ନିଜେ ରକ୍ତଦାନ କରି ଉପସ୍ଥିତ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଛନ୍ତି। ଏହି ଅବସରରେ ୨୩ ଜଣ ସ୍ବେଚ୍ଛାସେବୀଙ୍କୁ ରକ୍ତବୀର ଆୱାର୍ଡ ପ୍ରଦାନ କରାଯାଇଛି। ରଥଯାତ୍ରା ସମୟରେ ଜରୁରୀକାଳୀନ ପରିସ୍ଥିତି ପାଇଁ ରକ୍ତର ଆବଶ୍ୟକତାକୁ ଗୁରୁତ୍ବ ଦେଇ ଏହି ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା। ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ତଥା ସଭାପତି ଇଂ. ପ୍ରଦୀପ୍ତ କୁମାର ପ୍ରଧାନ, ଫାଉଣ୍ଡେସନ୍‌ର କାର୍ଯ୍ୟକାରୀ ସମ୍ପାଦକ ସୌମ୍ୟରଞ୍ଜନ ସାହୁ, ସଂଯୋଜକ ପ୍ରଶାନ୍ତ ମହାପାତ୍ର, ସଂଯୋଜିକା ମାମିନା ପ୍ରଧାନ, ରୋଜାଲିନ ସାହୁ, ବିଷ୍ଣୁପ୍ରିୟା ସାହୁ, ସମ୍ବାଦର ଜିଲ୍ଲା ପ୍ରତିନିଧି ସୁମନ୍ତ ପରିଡ଼ା, ଆମ ଓଡ଼ିଶାର ଜିଲ୍ଲା ସଂଯୋଜକ ଶ୍ୟାମ କାହ୍ନା ପଟ୍ଟନାୟକ, ସାମ୍ବାଦିକ ସତ୍ୟ ନାରାୟଣ ରାଉତରାୟ, କନକ ନ୍ୟୁଜ୍‌ ଜିଲ୍ଲା ପ୍ରତିନିଧି ସୀମାଞ୍ଚଳ ପାଢ଼ୀ, ଫଟୋ ସାମ୍ବାଦିକ ସନ୍ତୋଷ ବରାଳ ଓ ଭିଡିଓ ସାମ୍ବାଦିକ ପବିତ୍ର ପୃଷ୍ଟି ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Advertisment

ଅନ୍ୟମାନଙ୍କ ମଧ୍ୟରେ ଏହି ଶିବିରରେ ଗୀତିକାର ବଦ୍ରି ମିଶ୍ର, ସମାଜସେବୀ ଶ୍ୟାମପ୍ରକାଶ ସେନାପତି, ଅରୁଣିମା ନନ୍ଦ, ମଧୁମିତା ମହାପାତ୍ର, ବ୍ରଜ ମହାରଣା, ସିଦ୍ଧାର୍ଥ ରାୟ, ଚନ୍ଦନ ମହାପାତ୍ର, ଅମିତ ନାୟକ, ଶକ୍ତି ପ୍ରସାଦ ଦାସ, ରାକେଶ କୁମାର ପରିଡ଼ା, ଅରବିନ୍ଦ ସାହୁ, ବିଜୟ ଉପାଧ୍ୟାୟ, ନରେଶଚନ୍ଦ୍ର ପାଲ, ବିଶ୍ୱଜିତ ନାୟକ, ସରୋଜକାନ୍ତ ମଲ୍ଲ, ଅଶୋକ ବାରିକ, ବିଶ୍ୱମୋହନ ପ୍ରଧାନ, ଚନ୍ଦନ ମହାପାତ୍ର, ମାନସ ଚନ୍ଦ୍ର ନାୟକ, ଲିଜା ପ୍ରଧାନ, ପ୍ରଣତି ପ୍ରଧାନ, ମୀରା ସାହୁ, ଅଭିଜିତା ପ୍ରଧାନ, ଯଯାତିକେଶରୀ ନାୟକ ପ୍ରମୁଖ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ। ଏହି ଶିବିରକୁ ପୁରୀ ରକ୍ତଦାନ କେନ୍ଦ୍ରର ଡା. ଦୀପକ ସାହୁ, ମନୋରଞ୍ଜନ ଭୋଇ, ପୃଥୀରଞ୍ଜନ ନାୟକ, ଶକ୍ତିକାନ୍ତ ମହାପାତ୍ର, ସସ୍ମିତା ଦାସ, ଅଭିଲିପ୍ସା ପ୍ରିୟଦର୍ଶିନୀ, ବିରଞ୍ଚି ନାରାୟଣ ବିଶ୍ବାଳ, ଲୋକନାଥ ଦଳେଇ, ଶତ୍ରୁଘ୍ନ ବେହେରା ଓ ପ୍ରିୟାଂଶୁ ପ୍ରିୟଦର୍ଶିନୀ ପ୍ରମୁଖ ଯୋଗଦେଇ ରକ୍ତସଂଗ୍ରହ କରିଥିଲେ।